ଜାତୀୟ ଟିଭି ଚ୍ୟାନେଲର ପ୍ରସାରିତ କପିଲ ଶର୍ମା ସୋ’ରେ କପିଲଙ୍କ ପତ୍ନୀ ଭୂମିକାରେ ନଜର ଆସିଥିବା ସୁମନା ଚକ୍ରବର୍ତ୍ତୀଙ୍କ ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ସୋ’ରେ ସୁମନାଙ୍କୁ ଏକ ସାଧାରଣ ଗୃହିଣୀ ହିସାବରେ ଦେଖିବାକୁ ମିଳୁଥିଲା । କିନ୍ତୁ ଏବେ ଓଲଟା ଦୃଶ୍ୟ ଦେଖିବାକୁ ମିଳିଛି । ସିଧା କହିବାକୁ ଗଲେ ଭିନ୍ନ ଅବତାରରେ ଲୋକଲୋଚନକୁ ଆସିଛନ୍ତି ସୁମନା । ନିକଟରେ ସୁମନା ଏକ ଫଟୋ ସୁଟ୍ କରିଥିଲେ ଯେଉଁଥିରେ ତାଙ୍କୁ ସଂପୂର୍ଣ୍ଣ ରୂପେ ବୋଲ୍ଡ ଅବତାରରେ ଦେଖିବାକୁ ମିଳିଛି । ସେ ଭିନ୍ନ ଭିନ୍ନ ଡ୍ରେସରେ ଏହି ଫଟୋ ସୁଟ୍ କରିଛନ୍ତି ।
କମେଡି ନାଇଟସ୍ ୱିଥ କପିଲ ସୋ’ ପରେ କପିଲ ଶର୍ମା ସୋ’ରେ ମଧ୍ୟ କପିଲ ଏବଂ ସୁମନାଙ୍କ ଯୋଡିଙ୍କୁ ଦର୍ଶକ ଖୁବ୍ ପସନ୍ଦ କରିଥିଲେ । ଏବେ ଶୁଣିବାକୁ ମିଳୁଛି ଯେ କପିଲଙ୍କ ଆଗାମୀ ସୋ’ରେ ମଧ୍ୟ ନଜର ଆସିପାରନ୍ତି ସୁମନା ।
ଦର୍ଶକମାନଙ୍କ ପାଇଁ ସବୁଠାରୁ ଖୁସିର ଖବର ହେଉଛି ଖୁବ୍ ଲମ୍ବା ବ୍ୟବଧାନ ପରେ ପୁଣି ଏକ ନୂଆ ସୋ’ ଫ୍ୟାମିଲ ଟାଇମସ୍ ୱିଥ କପିଲ ଶର୍ମା ପରଦାକୁ ଫେରୁଛି । ମିଡିଆ ରିପୋର୍ଟ ମୁତାବକ ସୋନି ଟିଭିରେ ପ୍ରସାରିତ କପିଲଙ୍କ୍ ଏହି ନୂଆ ସୋ’ଦର୍ଶକଙ୍କୁ ମନୋରଞ୍ଜନ କରିପାରୁ ନାହିଁ । ଯଦି ଏହି ସୋରେ ସୁମନା ନଜର ଆସନ୍ତି ତେବେ ଖୁବ୍ ଶୀଘ୍ର ଏହି ସୋ ଟି ପପୁଲାର ହେବାର ଆଶା କରାଯାଉଛି ।