ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତୀୟ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ଡିଜିଟାଲ ପେମେଣ୍ଟର ନିୟମରେ ବଡ ପରିବର୍ତ୍ତନ କରାଯାଇଛି । ସେହି ଅନୁଯାୟୀ ୨୦୦୦ ଟଙ୍କାରୁ ଅଧିକ ପେମେଣ୍ଟ ଉପରେ ଓଟିପି ବାଧ୍ୟତାମୂଳକ । ଡିଜିଟାଲ ପେମେଣ୍ଟକୁ ଆହୁରୀ ସୁରକ୍ଷିତ କରିବା ପାଇଁ ଆରବିଆଇ ଏହି ବଡ ପଦକ୍ଷେପ ନେଇଛି । ରିପୋର୍ଟ ମୁତାବକ ରେଜରେପ ଏବଂ ସିସି ଏଭିନ୍ୟୁ ଭଳି ପେମେଣ୍ଟ ଏଗ୍ରିଗେଟରୀକୁ ଏବେ ଅନଲାଇନ୍ ଲେଣ ଦେଣ ପୁରା କରିବା ପାଇଁ ଗ୍ରାହକଙ୍କୁ ଏଟିଏମ ପିନ୍ ବ୍ୟବହାର କରିବାର ବିକଳ୍ପ ବନ୍ଦ କରିବାକୁ ହେବ ।
ଅନ୍ୟପଟେ କେନ୍ଦ୍ରୀୟ ବ୍ୟାଙ୍କ ଏହି ନିୟମର ଏକ ଅଧିସୂଚନା ଜାରି କରିଛି । ଯେଉଁଥିରେ କୁହାଯାଇଛି କି ଅନଲାଇନ୍ ଲେଣ ଦେଣକୁ ପୁରା କରିବା ପାଇଁ ଗ୍ରାହକଙ୍କୁ ଏଟିଏମ ପିନ୍ ର ବ୍ୟବହାରର ବିକଳ୍ପ ବନ୍ଦ କରିବାକୁ ହେବ । ଏହାବ୍ୟତିତ ଏଭଳି ଏଗ୍ରିଗେଟରୀଙ୍କୁ ଆରବିଆଇ ସୁନିଶ୍ଚିତ କରିବା ଲାଗି କହିଛି କି, ସମସ୍ତ ରିଫଣ୍ଡକୁ ପେମେଣ୍ଟର ମୂଳ ସ୍ରୋତରେ ଜମା କରାଯାଉ । ବର୍ତ୍ତମାନ ଅନେକ ଇ-କମର୍ଶ କମ୍ପାନୀ ଗୁଡିକ ଗ୍ରାହକଙ୍କ ଇ-ୱାଲେଟରେ ରିଫଣ୍ଡକୁ କ୍ରେଡିତ କରୁଛନ୍ତି । କିନ୍ତୁ ଗ୍ରାହକଙ୍କୁ ସେମାନଙ୍କ ବ୍ୟାଙ୍କ ଖାତାରେ ଟଙ୍କା ମିଳୁ ପାରୁ ନାହିଁ ।