ଭୁବନେଶ୍ୱର (ଏଟିଆର ବ୍ୟୁରୋ): କରୋନା ସଂକ୍ରମଣ ରୋକିବାକୁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରୁଛନ୍ତି । ଏହାସହିତ ସାମାଜିକ ଦୂରତ୍ୱ ବଜାୟ ରଖିବା ପାଇଁ ବାରମ୍ବାର ପରାମର୍ଶ ଦେଉଛନ୍ତି । ଇତିମଧ୍ୟରେ ରାଜ୍ୟ ସରକାର ନିଜର ୨୫ଟି ବିଭାଗର କର୍ମଚାରୀଙ୍କୁ ଅଫିସ୍ ନଯିବା ପାଇଁ ପରାମର୍ଶ ଦେଇଛନ୍ତି । ଏହି ୨୫ ଟି ବିଭାଗର କର୍ମଚାରୀମାନେ ଅଫିସ୍ ଯିବେ ନାହିଁ କିନ୍ତୁ ସେମାନେ ସର୍ବଦା ସଜାଗ ରହିଥିବେ କାରଣ ଯେକୌଣସି ସମୟରେ ଅଫିସ୍ ଆସିବା ପାଇଁ ସେମାନଙ୍କୁ କୁହାଯାଇପାରେ । ଏନେଇ ରାଜ୍ୟ ସରକାର ଏକ ନିର୍ଦ୍ଦେଶନାମା ଜାରି କରି କହିଛନ୍ତି ।
ମାରାତ୍ମକ ଭାଇରସ କରୋନା ଲାଗି ଗତକାଲି ୫ଟି ବିଭାଗକୁ କ୍ରିଟିକାଲ, ୧୬ ବିଭାଗକୁ ଆଂଶିକ କ୍ରିଟିକାଲ ଏବଂ ୧୮ ଟି ବିଭାଗକୁ ବର୍ଗୀକୃତ କରି ସେହି ବିଭାଗର କର୍ମଚାରୀମାନଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଛି । ଏହାସହିତ ଆଜି ସଂଶୋଧିତ ନିର୍ଦ୍ଦେଶନାମା ଅନୁଯାୟୀ କ୍ରିଟିକାଲ ବିଭାଗରେ ୬ ଟି ବିଭାଗ ରହିଥିବା ବେଳେ ଆଂଶିକ କ୍ରିଟିକାଲ ବିଭାଗରେ ୯ଟି ବିଭାଗ ଏବଂ ଅଣକ୍ରିଟିକାଲ ବିଭାଗରେ ୨୫ ଟି ବିଭାଗ ସାମିଲ ହୋଇଛନ୍ତି ।
ରାଜ୍ୟସରକାରଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ମାରାତ୍ମକ ମହାମାରୀ କରୋନାକୁ ରୋକିବା ପାଇଁ ୨୨ ମାର୍ଚ୍ଚରୁ ୨୯ ମାର୍ଚ୍ଚ ପର୍ଯ୍ୟନ୍ତ ୫ ଜିଲ୍ଲା ଏବଂ ୮ ଟି ସହରକୁ ଲକ୍ ଡାଉନ କରାଯାଇଛି । ଇତି ମଧ୍ୟରେ ଆଜି ୨୫ ଟି ବିଭାଗର କର୍ମଚାରୀମାନଙ୍କୁ ଅଫିସ୍ ଯିବାକୁ ମନା କରାଯାଇଛି । କିନ୍ତୁ ସେମାନେ ସର୍ବଦା ସଜାଗ ରହିବେ ଏବଂ ଫୋନ୍ ମାଧ୍ୟମରେ କାର୍ଯ୍ୟର ତଦାରଖ କରିବା ପାଇଁ କୁହାଯାଇଛି । ତେବେ ଆସନ୍ତୁ ଜାଣିବା ୨୫ ଟି ବିଭାଗ ମଧ୍ୟରେ କେଉଁ ସବୁ ବିଭାଗ ରହିଛି ସ୍କୁଲ ଓ ଗଣଶିକ୍ଷା, ଏସଏସଇପିଡି, ମହିଳା ଓ ଶିଶୁ ବିକାଶ, ଦକ୍ଷତାବିକାଶ, ବୈଷୟିକ ଶିକ୍ଷା, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, ଶିକ୍ଷା, କ୍ରୀଡା ଓ ଯୁବବ୍ୟାପାର, ଜଳସମ୍ପଦ, ଇସ୍ପାତଖଣି, ଅବକାରୀ, କୃଷି ସମବାୟ, ଜଙ୍ଗଲ ଓ ପରିବେଶ ହସ୍ତତନ୍ତ ଓ ବୟଦଶୀଳ୍ପ, ଉଚ୍ଚଶିକ୍ଷା, ଆଇନ, ଶିଳ୍ପ, ଶ୍ରମ ଓ ଇଏସଆଇ, ସଂସ୍କୃତି, ପର୍ଯ୍ୟଟନ, ସଂସଦୀୟ ବ୍ୟାପାର, ଯୋଜନା ଓ ସଂଯୋଜନା, ଏମଏସଏମଇ, ସାଧାରଣ ଉଦ୍ୟୋଗ, ଗାମ୍ୟ ଉନ୍ନୟନ ।