ଯାଜପୁର(ଏଟିଆର ବ୍ୟୁରୋ): ସାରା ବିଶ୍ୱ ଏବେ କରୋନା ମୁକାବିଲା କରିବାରେ ଲାଗିପଡିଛି । ତେବେ ଓଡିଶାରେ କରୋନା ଭାଇରସର ମୁକାବିଲା କରିବା ପାଇଁ ସ୍ୱତନ୍ତ୍ର ପାଣ୍ଠି ଗଠନ କରାଯାଇଛି । ଗତକିଛି ଦିନ ତଳେ ମୁଖ୍ୟମନ୍ତ୍ର ରିଲିଫ ପାଣ୍ଠି ଜରିଆରେ କୋଭିଡ୍- ୧୯ ପାଣ୍ଠିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ୩ ମାସର ଦରମା ଦାନ କରିଥିଲେ । ଏହା ପରେ ବହୁ ଲୋକ ଓ ଜନପ୍ରତିନିଧି ମାନେ ଏହି ସ୍ୱତନ୍ତ୍ର ପାଣ୍ଠିକୁ ସହାୟତାର ହାତ ବଢାଇଥିଲେ । ତେବେ ଏହାରି ଭିତରେ ମହାନତା ଦେଖାଇଛନ୍ତି ଯାଜପୁର ବିଧାୟକ ପ୍ରଣବ ପ୍ରାକାଶ ଦାସ । ପ୍ରଣବ ୨୦୨୦-୨୧ ଆର୍ଥିକ ବର୍ଷର ସମସ୍ତ ଏମଏଲଏ ଲାଡ୍ ପାଣ୍ଠିକୁ କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ଫାଣ୍ଠିକୁ ଦାନ କରିଛନ୍ତି । ଏନେଇ ସେ ଟୁଇଟ୍ କରି ଜଣାଇଛନ୍ତି। ଏହାକୁ ନେଇ ବିଭିନ୍ନ ମହଲରୁ ପ୍ରଣବଙ୍କୁ ପ୍ରାସଂଶା ମିଳିବାରେ ଲାଗିଛି । ତେବେ ପୂର୍ବରୁ ବାଚସ୍ପତି ସୂର୍ୟ୍ୟନାରାୟଣ ପାତ୍ର, ମନ୍ତ୍ରୀ ରଘୁନନ୍ଦନା ଦାସଙ୍କ ସମେତ ୧୬ ଜଣ ବିଧାୟକ ସେମାନଙ୍କର ୩ ମାସର ଦରମା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ପ୍ରଦାନ କରିଛନ୍ତି।
Wrote to @JajpurAdmn pledging my entire MLA-LAD fund of 2020-21 towards fighting #Covid19 in my constituency. Every life is precious and every bit counts.#CoronaVirusLockdown #OdishaFightCorona
— Pranab Prakash Das (@pranabpdas) March 25, 2020
ସୂଚନା ଯୋଗ୍ୟ କରୋନା ଭାଇରସ ସାରା ବିଶ୍ୱରେ ତାର କାୟା ବିସ୍ତାର କରିବାରେ ଲାଗିଛି । ଚୀନର ଉହାନ ସହରରୁ ଆରମ୍ଭ ହୋଇଥିବା ଏହି ଭାଇରସ ବର୍ତ୍ତମାନ ୧୯୬ ଦେଶକୁ ବ୍ୟାପି ସାରିଲାଣି । ଏହି ଭାଇରସରେ ଆକ୍ରାନ୍ତ ହୋଇ ପ୍ରାୟ ୧୪ ହଜାରରୁ ଅଧିକ ଲୋକ ମୃତ୍ୟୁବରଣ କରିସାରିଲେଣି । ତେବେ ଭାରତରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଭାରତରେ ଏହି ଭାଇରସରେ ୪୦୦ ରୁ ଅଧିକ ଲୋକ ଆକ୍ରାନ୍ତ ଥିବା ବେଳେ ୧୦ ଜଣଙ୍କ ମୃତ୍ୟୁ ହୋଇଛି । ସେହିଭଳି ଓଡିଶାରେ ୨ ଜଣ କୋରନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏହାର ମୁକାବିଲା କରିବା ପାଇଁ ବିଭିନ୍ନ ପ୍ରକାରର ପଦକ୍ଷେପ ମାନ ଗ୍ରହଣ କରୁଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଜିଠୁ ୨୧ ଦିନ ପର୍ଯ୍ୟନ୍ତ ସାରା ଦେଶକୁ ଲକ୍ ଡାଉନ୍ କରିଦିଆଯାଇଛି ।