କଟକ (ଏଟିଆର ବ୍ୟୁରୋ): ଆଜିଠୁ ଆରମ୍ଭ ଐତିହାସିକ କଟକ ବାଲିଯାତ୍ରା । ବାରବାଟୀ କିଲ୍ଲା ପଡିଆ ଓ ମହାନଦୀ ପଠାକୁ ମିଶାଇ ପ୍ରାୟତଃ ୪୩ ଏକର ଜାଗାରେ ଆୟୋଜିତ ଏହି ବାଲିଯାତ୍ରା ୮ ଦିନ ଧରି ଚାଲିବ । ମେଳାରେ ମୋଟ ୧୮୯୬ ଟି ଷ୍ଟଲ ପ୍ରସ୍ତୁତ ହୋଇଛି । ପାଖାପାଖି ୮୦ ଲକ୍ଷ ଲୋକଙ୍କ ସମାଗମ ହେବାର ସମ୍ଭାବନା ରହିଛି ।
ଚଳିତଥର ପ୍ରଥମ ଥର ପାଇଁ ବାଲିଯାତ୍ରା ପଡିଆରେ ସାମିଲ ହୋଇଛି ଚେନ୍ନାଇରୁ ଆସିଥିବା ୨ ଶହ ଫୁଟ୍ ର ଟନେଲ୍ ଆକ୍ୱାରିୟମ । ଯାହା ଆକର୍ଷଣର କେନ୍ଦ୍ରବିନ୍ଦୁ ଅଟେ । ଏହାସହିତ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ କରାଯାଇଛି ।
ବାଲିଯାତ୍ରା ପାଇଁ କଟକ ଇନ୍ କଟକର ପରିବେଶକୁ ଖୁବ୍ ସୁନ୍ଦର ଭାବେ ସଜା ଯାଇଛି ।