ଭୁବନେଶ୍ୱର(ଏଟିଆର ବ୍ୟୁରୋ):ଆଜି ଲକ ଡାଉନର ଦ୍ୱିତୀୟ ଦିନ । ଆଜି ରାଜଧାନୀରେ କଟକଣା କଡାକଡି । ସହରର ବିଭିନ୍ନ ଛକରେ ପୋଲିସ ନାକାବନ୍ଦୀ କରି ଲୋକଙ୍କୁ ସଚେତନା କରିବା ସହିତ ଆବଶ୍ୟକ ସ୍ଥଳେ ନେଉଛି କାର୍ଯ୍ୟାନୁଷ୍ଠାନ । ଗତକାଲି ପୋଲିସ ଆକ୍ସନ ମୁଡକୁ ଆସିବା ପରେ ଆଜି ପରିସ୍ଥିତି ଠିକ ରହିଥିବା ଦେଖିବାକୁ ମିଳିଛି । ସେପଟେ ରାଜ୍ୟରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ସେଇ ୨ ରେ ସ୍ଥିର ରହିଛି । ଉଭୟଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିବା ସୂଚନା ମିଳିଛି । ଅତ୍ୟାବଶ୍ୟକକୁ ଛାଡିଦେଲେ ଲୋକମାନେ ବାହାରକୁ ନ ଆସିବାକୁ ପ୍ରଶାସନ ପକ୍ଷରୁ ବାରମ୍ବାର ନିବଦେନ କରାଯାଇଛି ।
ସେହିଭଳି ସାମାଜିକ ଦୁରତାକୁ ରକ୍ଷା କରିବାକୁ ଯାଇ ରାଜଧାନୀର ୧ ନଂ ହାଟକୁ କରାଗଲା ସ୍ଥାନାନ୍ତର । ଏଜି ଛକରୁ ରାଜ ମହଲ ଛକ ପର୍ଯ୍ୟନ୍ତ ବ୍ୟବସାୟୀ ବସି କରିବେ ବ୍ୟବସାୟ । ବିଏମସରି ନିଷ୍ପତି । ସେପଟେ ଦେଶରେ କରୋନା ଭାଇରସ ସଂକ୍ରମିତ ସଂଖ୍ୟା ୬୫୬ । ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୧୨ । କାଶ୍ମୀରରେ ଆଜି ପ୍ରଥମ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ । ଜଣେ ୬୫ ବର୍ଷୀୟ ଆଧ୍ୟାତ୍ମିକ ପ୍ରବଚକଙ୍କର ମୃତ୍ୟୁ । ଜମ୍ମୁ ଓ କାଶ୍ମୀରରେ କରୋନା ଜନିତ ଏହା ପ୍ରଥମ ମୃତ୍ୟୁ । ସେହିଭଳି ରାଜ୍ୟ ବାହାରେ ଫସି ରହିଛନ୍ତି ଶତାଧିକ ଓଡିଆ ଶ୍ରମିକ । ପାଖରେ ପଇସା ନାହିଁ କି ଖାଦ୍ୟ ସାମଗ୍ରୀ ନାହିଁ ବଞ୍ଚିବୁ କେମିତି । ଓଡିଶା ଫେରେଇ ଆଣିବାକୁ କଲେ ଆକୁଳ ନିବେଦନ ।
କରୋନା ଭାଇରସ ତୃତୀୟ ଷ୍ଟେଜକୁ ନ ଆସିବା ପାଇଁ ସରକାରଙ୍କ ପକ୍ଷରୁ ୨୧ ଦିନ ପାଇଁ ସାରା ଦେଶକୁ କରିଛନ୍ତି ଲକ ଡାଉନ ଘୋଷଣା । କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପକୁ ପ୍ରଶଂସା କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଡବ୍ଲୁଏଚଓ କହିଛି ଲକ ଡାଉନ ସହିତ ପରୀକ୍ଷଣ ଓ ଚିକିତ୍ସା ଉପରେ ଗୁରୁତ୍ୱ ଦେଉ ଭାରତ ।