ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବିଶ୍ୱରେ ଜାରି ରହିଛି କରୋନା ଆତଙ୍କ । ଏହାସହିତ ଏହି ଭାଇରସକୁ ବ୍ୟାପିବାରୁ ରୋକିବା ପାଇଁ ସାରା ଦେଶକୁ ଲକ୍ ଡାଉନ୍ କରାଯିବା ସହ ସତ୍ତର୍କତା ଭାବେ ଏହାକୁ ପାଳନ କରିବା ପାଇଁ ଲୋକଙ୍କୁ କୁହାଯାଉଛି । ଏହି ଭାଇରସର ପ୍ରକୋପ ମଧ୍ୟରେ ବିଶ୍ୱ କ୍ରିକେଟ ବି ପ୍ରଭାବିତ ହୋଇଛି । ସମସ୍ତ କ୍ରିକେଟ ମ୍ୟାଚ୍ ଏବଂ ଟୁର୍ଣ୍ଣାମେଣ୍ଟକୁ ସ୍ଥଗିତ କରାଯାଇଛି । ଇତିମଧ୍ୟରେ ଟିମ୍ ଇଣ୍ଡିଆର ପୂର୍ବତନ ଖେଳାଳୀ ବିରେନ୍ଦ୍ର ସେହୱାଗ ଆଇପିଏଲକୁ ବଡ ଖୁଲାସା କରିଛନ୍ତି ।
ଏକ ଚାଟ୍ ସୋ’ ଜରିଆରେ ସେହବାଗ୍ କହିଛନ୍ତି କି, ଏପ୍ରିଲ ୧୫ ରୁ ଆଇପିଏଲ ଆରମ୍ଭ ହେବା କଠିନ ହେବ । ବର୍ତ୍ତମାନର ସ୍ଥିତି ବହୁତ ଗମ୍ଭୀର । ଇତିମଧ୍ୟରେ ଏପ୍ରିଲରେ ଆଇପିଏଲ ହେବ ନାହିଁ । ଏହି ମ୍ୟାଚ୍ କୁ ସେପ୍ଟମ୍ବର ମାସକୁ ଘୁଞ୍ଚାଇ ଦିଆଯିବ । ନଚେତ୍ ମ୍ୟାଚ୍ କୁ ଚଳିତ ବର୍ଷ ରଦ୍ଦ ମଧ୍ୟ କରି ଦିଆ ଯାଇପାରେ ।