ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓଡିଶାର ପ୍ରଥମ କେରାନା ରୋଗୀ । ମାର୍ଚ୍ଚ ୧୫ ରେ କରୋନା ଚିହ୍ନଟ ହେବା ପରେ ସେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଏବେ ତାଙ୍କର ନମୁନା ପୁନର୍ବାର ପରୀକ୍ଷା କରାଯାଇଥିଲା । ତାହା ନେଗେଟିଭ୍ ଆସିଛି । ସେଥିପାଇଁ ତାଙ୍କୁ ହସ୍ପିଟାଲରୁ ଡିସଜାର୍ଚ କରାଯାଇଛି । ସେ ସୁସ୍ଥ ହେବା ପରେ ଏବେ ରାଜ୍ୟରେ ୩ ଟି କରୋନା କେସ୍ ସକ୍ରିୟ ରହିଛି । ଏନେଇ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି ।
The first COVID-19 positive case, belonging to Bhubaneswar who is being treated at Capital hospital has recovered and tested negative for COVID-19. He is being discharged. Active COVID-19 cases in Odisha now stand at 3. Congratulations to the medical team at Capital Hospital.
— H & FW Dept Odisha (@HFWOdisha) April 3, 2020
ବିଶ୍ୱବ୍ୟାପୀ କାୟା ବିସ୍ତାର କରିଛି ମହାମାରୀ କରୋନା । ଏଥିରେ ଲକ୍ଷାଧିକ ଲୋକ ଆକ୍ରାନ୍ତ ହେବା ସହ ଅନେକଙ୍କ ଜୀବନ ଗଲାଣି । ସେହିପରି ଓଡିଶାରେ ୫ ଜଣ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ଦୁଇ ଜଣ ସୁସ୍ଥ ହୋଇ ସାରଲେଣି ।