କଟକ (ଏଟିଆର ବ୍ୟୁରୋ): କରୋନା ଚେନ୍ କୁ ଭାଙ୍ଗିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ଏକ ବଡ ନିଷ୍ପତି ନିଆଯାଇଛି । ଏହାସହିତ ଭୁବନେଶ୍ୱର ଏବଂ ଭଦ୍ରକ କୁ ଆଗାମୀ ୪୮ ଘଣ୍ଟା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲକ୍ ଡାଉନ୍ ଭାବେ ଘୋଷଣା କରାଯାଇଛି । ଏହି ପ୍ରକ୍ରିୟା ଆଜି ସନ୍ଧ୍ୟାରୁ ରବିବାର ସନ୍ଧ୍ୟା ପର୍ଯ୍ୟନ୍ତ ଲାଗୁ ରହିବ । ମାତ୍ର ବର୍ତ୍ତମାନ କଟକରୁ ଆଉ ଜଣେ କରୋନା ରୋଗୀ ଚିହ୍ନଟ ହେବା ପରେ ଏବେ କଟକକୁ ବି ଏହି ସଟ୍ ଡାଉନ୍ ରେ ସାମିଲ କରାଯାଇଛି । ଏହାକୁ ଏକ ପ୍ରକାରର କର୍ଫ୍ୟୁ କୁହାଯାଉଛି ।
In view of the fact that one resident of Cuttack has been found positive for Covid -19 Cuttack city is being included under Shut down for 48 hours from 8 PM from today till 8 PM of Sunday . We will use the time for aggressive contact tracing . Details will be released soon .
— ChiefSecyOdisha (@SecyChief) April 3, 2020
ଏହି ଅବସରରେ କେହି ବାହାରକୁ ବାହାରି ପାରିବେ ନାହିଁ । ଏଥିରେ କୌଣସି ପରିଚୟ ପତ୍ର ବି କାମ କରିବ ନାହିଁ । ଏହାହିତ ସମସ୍ତ ଜରୁରୀ ଅତ୍ୟାବଶ୍ୟକ ଦୋକାନ ବି ବନ୍ଦ ରହିବ । ଅତି ଜରୁରୀ ନଥିଲେ ଘରୁ ବାହାରକୁ କେହି ବି ବାହାରି ପାରିବେ ନାହିଁ ।
ଭୁବନେଶ୍ୱର ଏବଂ ଭଦ୍ରକରେ ଆଗାମୀ ୪୮ ଘଣ୍ଟିଆ କର୍ଫ୍ୟୁ, କୌଣସି ପରିଚୟ ପତ୍ର କାମ କରିବ ନାହିଁ