ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପ୍ରତି ବର୍ଷ ମେ’୧ ତାରଖକୁ ଶ୍ରମିକ ଦିବସ ଭାବେ ପାଳନ କରାଯାଏ । ଏହା କେବଳ ଭାରତରେ ନୁହେଁ ବରଂ ସାରା ବିଶ୍ୱରେ ଏହି ଦିବସ ପାଳିତ ହୁଏ । ଏହାକୁ ଇଂରାଜୀରେ ଇଣ୍ଟରନ୍ୟାସନାଲ ଲେବର ଡେ କୁହାଯାଇଥାଏ । ପ୍ରତେକ ମୁଖ୍ୟ ଦିବସ ଅବସରରେ ଗୁଗଲ ତାର ଲୋଗ ବଦଳାଇଥାଏ । ଠିକ୍ ସେହିଭଳି ଆଜିର ଶ୍ରମିକ ଦିବସ ଉପଲକ୍ଷେ ସମସ୍ତ ଶ୍ରମିକ ତଥା କାର୍ଯ୍ୟରତ ବ୍ୟକ୍ତିଙ୍କ ଉପକରଣ ବ୍ୟବହାର କରି ଏକ ଲୋଗ ପ୍ରସ୍ତୁତ କରିଛି । ଏବଂ ଏହାଦ୍ୱାରା ଶ୍ରମିକ ମାନଙ୍କର ମହତ୍ୱ ଜଣାଇବାକୁ ଚେଷ୍ଟା କରିଛି ।
ଏହି ଲୋଗଟି ଖୁବ୍ ସୁନ୍ଦର ହୋଇଛିି । ଏହି ଲୋଗଟି ସାମାନ୍ୟ ନୀଳ ରଙ୍ଗର ଏବଂ ଏଥିରେ ରବରର ଗ୍ଲୋବ୍ସ, ଷ୍ଟାଟୋସ୍କୋପ, ନଟ, ବୋଲ୍ଟ, ସୁରକ୍ଷା ହେଲମେଟ, ବ୍ୟାଟେରୀ, ଚାମଚ, ବହି ଏବଂ ପାଇପ ଆଦି ଅନେକ ଜିନିଷ ଦେଖିବାକୁ ମିଳୁଛି ।
ସାରା ଦୁନିଆରେ ଆଜି ସମସ୍ତ ଶ୍ରମିକମାନେ ଖୁବ୍ ଉତ୍ସାହର ସହିତ ଦିବସଟି ପାଳନ କରୁଛନ୍ତି । ଏହି ଦିବସ ପ୍ରଥମେ ୧୯୮୮ରେ ଆରମ୍ଭ ହୋଇଥିଲା । ମେ ୪,୧୯୮୬ରେ ଆମେରିକାର ଏକ ମୂଲିଆ ସଂଗଠନ ଧର୍ମଘଟ କରିଥିଲେ । ଏବଂ ଦାବି କରିଥିଲେ ଯେ ୮ ଘଂଟାରୁ ଅଧିକ କାମ କରିବେ ନାହିଁ । ଏହି ଧର୍ମଘଟ ପାଇଁ ଚିକାଗୋରେ ଏକ ଶାନ୍ତିପୂର୍ଣ୍ଣ ରାଲିର ଆୟୋଜନ କରାଯାଇଥିଲା । ଏହି ସମୟରେ ଚିକାଗୋରେ ଏକ ବୋମା ବିସ୍ଫୋରଣ ହୋଇଥିଲା । ଯାହାଫଳରେ ଲୋକମାନେ ଚାରିଆଡେ ଖେଳି ଯାଇଥିଲେ । ପୁଲିସ ଏହାକୁ ନିୟନ୍ତ୍ରଣରେ ଆଣିବା ଲାଗି ଶ୍ରମିକଙ୍କ ଉପରେ ଗୁଳି ଚଳାଇଥିଲେ । ଯେଉଁଥି ପାଇଁ ଅନେକ ଶ୍ରମିକ ନିଜର ପ୍ରାଣ ହାରାଇଥିଲେ । ଏବଂ ୧୦୦ରୁ ଅଧିକ ଆହତ ହୋଇଥିଲେ । ଏହି ଘଟଣାଟି ହେମାକ୍ରେଟ ନରସଂହାର ନାମରେ ବେଶ୍ ଜଣା ଶୁଣା ।
ଏହାପରେ ୧୯୮୯ରେ ହେମାକ୍ରେଟ ନରସଂହାର ରେ ମୃତ୍ୟୁବରଣ କରିଥିବା ଶ୍ରମିକ ମାନଙ୍କୁ ମନେପକାଇବାକୁ ଯାଇ ମେ’୧କୁ ଶ୍ରମିକ ଦିବସ ଭାବେ ଘୋଷଣା କରାଯାଇଥିଲା । ଭାରତରେ ଏହାର ଆରମ୍ଭ ୧ ମେ’ ୧୯୨୩ରେ ହୋଇଥିଲା ।