ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଭୁବନେଶ୍ୱରର ସତ୍ୟନଗର ଅଞ୍ଚଳକୁ କଂଟେନମେଣ୍ଟ ଜୋନ୍ ଭାବେ ଘୋଷଣା ହେବା ସହ ସମ୍ପୂର୍ଣ୍ଣ ସିଲ୍ କରିଛି ବିଏମସି । କାରଣ ଏହି ଅଞ୍ଚଳରୁ ଜଣେ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯିବା ପରେ ବିଏମସି ପକ୍ଷରୁ ଏଭଳି ନଷ୍ପତି ନିଆଯାଇଛି ।
ସେହିଅନୁଯାୟୀ ସତ୍ୟନଗରର ଯେଉଁ ଅଞ୍ଚଳକୁ କଂଟେନମେଣ୍ଟ ଭାବେ ଘୋଷଣା କରାଯାଇଛି, ସେହି ଅଞ୍ଚଳ ହେଉଛି ସତ୍ୟନଗରରୁ କାଳୀମନ୍ଦିର ଛକ, କାଳିମନ୍ଦିର ଛକରୁ ପତଞ୍ଜଳୀ ଷ୍ଟୋର, ପତଞ୍ଜଳୀ ଷ୍ଟୋରରୁ ବ୍ୟାଙ୍କ ଅଫ୍ ଇଣ୍ଡିଆ ଅଫିସ କ୍ୱାଟର୍ସ, ବ୍ୟାଙ୍କ ଅଫ୍ ଇଣ୍ଡିଆ କ୍ୱାଟର୍ସରୁ ସତ୍ୟନଗର ବିଗ୍ ବଜାର । ଏହି ଅଞ୍ଚଳରେ ଯାତାୟତ ସମ୍ପୂର୍ଣ୍ଣ ନିଷେଧ । ଏହି ଅଞ୍ଚଳର ସମସ୍ତ ସରକାରୀ ଏବଂ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ । ଏଠାରେ ବିଏମସି ପକ୍ଷରୁ ଘରମାନଙ୍କରେ ଜରୁରୀ ସାମଗ୍ରୀ ଯୋଗାଇ ଦିଆଯିବ । ସେଥିପାଇଁ ସତ୍ୟନଗର ଅଞ୍ଚଳ ପାଇଁ ୧୯୨୯ ହେଲ୍ପଲାଇନ୍ ନଂ ଜାରି କରାଯାଇଛି ।
BMC has issued an order to declare the below mentioned area of Satya Nagar as containment zone to contain the spread of #COVID19.#StayHome #StaySafe #WeCareForYou pic.twitter.com/LwuiJ8Inpf
— BMC (@bmcbbsr) April 8, 2020