ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆସନ୍ତାକାଲି ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ । ସକାଳ ୧୦ ଟା ୪୫ ମିନିଟ୍ ରେ ଏହି ବୈଠକ ଆୟୋଜିତ ହେବ । ମାତ୍ର ବର୍ତ୍ତମାନର ସ୍ଥିତିକୁ ଦେଖି ସାମାଜିକ ଦୂରତା ବଜାୟ ରଖିବା ପାଇଁ ଏହି ବୈଠକ ଭିଡିଓ କନଫରେନସିଙ୍ଗ ଯୋଗେ କରାଯିବ । ଏନେଇ ସମସ୍ତ ମନ୍ତ୍ରୀ ମାନଙ୍କୁ ସୂଚିତ କରାଯାଇଛି ।
କିନ୍ତୁ ଏହି ବୈଠକର ଏଜେଣ୍ଡା ସାମ୍ନାକୁ ଆସିନାହିଁ । ଏଥିରେ ଆର୍ଥିକ ନିଷ୍ପତି ତଥା ମନ୍ତ୍ରୀମାନଙ୍କର ଦରମା ହ୍ରାସ ଏବଂ ବିଧାୟକ ପାଣ୍ଠି ସ୍ଥଗିତ କରିବାକୁ ନେଇ ଆଲୋଚନା ହୋଇପାରେ ଅନୁମାନ କରାଯାଉଛି ।
ସୂଚନା ଯୋଗ୍ୟ, ନିକଟରେ କରୋନା ପାଇଁ କେନ୍ଦ୍ର ପକ୍ଷରୁ ଭିଡିଓ କନଫରେନ୍ସିଂ ଜରିଆରେ ଏକ ବଡ ନିଷ୍ପତି ନିଆଯାଇଛି । ଏଥିରେ ଏକ ବର୍ଷ ପାଇଁ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତିଙ୍କ ସମେତ ସାଂସଦମାନଙ୍କର ଦରମାର ୩୦ ପ୍ରତିଶତ ହ୍ରାସ କରାଯାଇଛି । ଏହାସହିତ ଦୁଇ ବର୍ଷ ପାଇର୍ ସାଂସଦନିଧି ପାଣ୍ଠିକୁ ସ୍ଥଗିତ ରଖାଯାଇଛି ।