ଭୁବନେଶ୍ୱର (ଏଟିଆର ବ୍ୟୁରୋ): ହିନ୍ଦୁ ଧର୍ମରେ ତୁଳସୀ ଗଛର ଖୁବ୍ ମହତ୍ୱ ରହିଛି । ହିନ୍ଦୁ ଧର୍ମକୁ ବିଶ୍ୱାସ ରଖୁଥିବା ବ୍ୟକ୍ତି ସେମାନଙ୍କ ଘରର ଅଗଣାରେ ତୁଳସୀ ଗଛ ଲଗାଇ ପୂଜା କରିଥାନ୍ତି । ଏହି ଗଛ ଭଗବାନ ବିଷ୍ଣୁଙ୍କ ଅତିପ୍ରିୟ ଗଛ ବୋଲି ବିଶ୍ୱାସ ରହିଛି । ସେହିପରି ତୁଳସୀ ଗଛକୁ ନେଇ ଏଭଳି ବିଶ୍ୱାସ ରହିଛି କି ଯେଉଁ ଘରେ ତୁଳସୀ ଗଛ ଥିବ ସେହି ଘରେ ସାକ୍ଷାତ ବିଷ୍ଣୁ , ମାତା ଲକ୍ଷ୍ମୀ ଏବଂ ଅନ୍ୟ ଦେବା-ଦେବୀ ବିରାଜମାନ କରିଥାନ୍ତି । ଆଜି ଆମେ କହିବାକୁ ଯାଉଛୁ କି ଘରର ଅଗଣାରେ ତୁଳସୀ ଗଛ ଲଗାଇବା ପୂର୍ବରୁ କେଉଁ କଥା ଉପରେ ଧ୍ୟାନ ରଖିବା ଉଚିତ୍ । ଯାହାଦ୍ୱାରା ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଘର ଉପରେ ବଳବତ୍ତର ରହିବ ।
– ତୁଳସୀ ଗଛକୁ ଘରର ଦକ୍ଷୀଣ କୋଣରେ ଭୁଲରେ ବି ଲଗାନ୍ତୁ ନାହିଁ ଏବଂ ଯଦି ଆପଣ ଏଭଳି କରୁଛନ୍ତି ତେବେ ଅନେକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି ।
– କୁହାଯାଏ କି ଅଗଣାରେ ଲଗା ହୋଇଥିବା ତୁଳସୀ ଗଛ ଯେତେ ଗହଳିଆ ହୋଇଥିବ, ଘର ଭିତରେ ସେତିକି ସକରାତ୍ମକ ଶକ୍ତି ସୃଷ୍ଟି ହୋଇଥାଏ । ସେଥିପାଇଁ ସର୍ବଦା ତଳସୀ ଗଛକୁ ଦେଖାରଖା କରିବା ଉଚିତ୍ ।
– ଯଦି ଆପଣ ସୁସ୍ଥ ରହିବା ପାଇଁ ତୁଳସୀ ପତ୍ରକୁ ଚୋବାଉଛନ୍ତି ତେବେ ଏଭଳି ଭୁଲ୍ ଆଉ କରନ୍ତୁ ନାହିଁ । କାରଣ ତୁଳସୀ ଗଛରେ ମରକ୍ୟୁରୀ ଥାଏ ଏହା ଆପଣଙ୍କ ଦାନ୍ତକୁ ଖରାପ କରି ପାରିବ ।
– ତୁଳସୀ ପତ୍ରକୁ ରବିବାର ,ଏକାଦଶୀ,ସୂର୍ଯ୍ୟଗ୍ରହଣ ଏବଂ ଚନ୍ଦ୍ରଗ୍ରହଣ ଦିନ ଭୁଲ୍ ରେ ବି ଛିଡାନ୍ତୁ ନାହିଁ ।
– ଯଦି କୌଣସି କାରଣ ବସତଃ ତୁଳସୀ ଗଛ ଶୁଖି ଯାଉଛି ତେବେ ସେହି ଗଛକୁ ତୁରନ୍ତ ଉପାଡି ଦିଅନ୍ତୁ ସେହି ସ୍ଥାନରେ ଏକ ନୂଆ ଗଛ ଲଗାନ୍ତୁ । ଏହାପରେ ସେହି ଶୁଖିଲା ଗଛକୁ କୌଣସି ପ୍ରଭାବିତ ନଦୀରେ ଭସାଇ ଦିଅନ୍ତୁ ।
– ତୁଳସୀ ଗଛ ମୂଳେ ନିୟମିତ ଘିଅ ଦୀପ ଜଳାନ୍ତୁ । ଏଭଳି କରିବା ଦ୍ୱାରା ଭଗବାନ୍ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀଙ୍କ କୃପା ଲାଭ ହୋଇଥାଏ ।