ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଗତକାଲି ପ୍ରଧାନମନ୍ତ୍ରୀ ଲକ ଡାଉନ ଅବଧିକୁ ଆସନ୍ତା ମେ ୩ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିବା ପରେ ଆଜି କେନ୍ଦ୍ରୀୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ରହିଛି । ଆଜି ପିଏମଙ୍କ ବାସ ଭବନରେ ଏହି ଗୁରୁତ୍ୱପୂର୍ଣ୍ଣବୈଠକ ବସିବ ବୋଲି ସୂଚନା ମିଳିଛି । ଏହି ବୈଠକରେ ଲକ ଡାଉନ କିଭଳି ପରିଚାଳନା ହେବ । କଣ ରହିବ ଗାଇଡ ଲାଇନ ସେହିଭଳି ୨୦ ତାରିଖ ପାଇଁ କଣ ରହିବ ଆଭିମୁଖ୍ୟ ତାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ସହିତ ଆଲୋଚନା ହୋଇପାରେ ।
ସୂଚନାଯୋଗ୍ୟ ଏବେ ସାରା ଦେଶରେ କରୋନା ସ୍ରଂମଣରେ ୧୦ ହଜାରରୁ ଅଧିକ ସଂକ୍ରମିତ ହେଲେଣି । ଗତକାଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ କହିଛନ୍ତି, ଦେଶର ୧୧୮୯ ଜଣ କରୋନା ମହାମାରୀରୁ ସୁସ୍ଥ ହୋଇଛନ୍ତି। ଦେଶରେ ୧୦,୮୧୫ କରୋନା ଆକ୍ରାନ୍ତ ରହିଥିବା ବେଳେ ମୃତକଙ୍କ ସଂଖ୍ୟା ୩୫୩ରେ ପହଞ୍ଚିଛି।