ଯାଜପୁର (ଏଟିଆର ବ୍ୟୁରୋ): ଗତକାଲି ଯାଜପୁରରେ ୫ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହାପରେ ଯାଜପୁର ଜିଲ୍ଲା ପ୍ରଶାସନ ତତ୍ପର ହୋଇ ଉଠିଛି । ଯେଉଁ ଅଞ୍ଜଳରୁ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି, ସେହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି ।
ଏହି କେଣ୍ଟନମେଣ୍ଟନ ଜୋନରେ ଯାଜପୁର ବ୍ଲକର ବାସୁଦେବପୁର, ପଣସା, ଜହାନପୁର ପଞ୍ଚାୟତର ୬ଟି ଗାଁ ରହିଛି । ସେହିପରି ଦଶରଥପୁର ବ୍ଲକର ତଲିହା, ବିରାଜପୁର, ବହାରୀ ପଞ୍ଚାୟତର ୪ ଟି ଗାଁ ଏବଂ କୋରେଇ ବ୍ଲକର ମୁକୁନ୍ଦପୁର ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି ।
ଏହି କଣ୍ଟେନମେଣ୍ଟନ ଅଞ୍ଚଳ ଗୁଡିକରେ ପ୍ରବେଶ ନିଷେଧ । ଏହି ଅଞ୍ଚଳକୁ ବାହାରୁ କୌଣସି ଲୋକ ପ୍ରବେଶ କରିପାରିବେ ନାହିଁ କି, ଏହି ଅଞ୍ଚଳର ଲୋକ ବାହାରକୁ ଯାଇ ପାରିବେ ନାହିଁ ।