ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ରାଜ୍ୟ ସରକାରଙ୍କ ପାଇଁ ଏବେ ସବୁଠାରୁ ବଡ ଚ୍ୟାଲେଞ୍ଜ ହୋଇପଡିଛି ରାଜ୍ୟ ବାହାରେ ଫସି ରହିଥିବା ପ୍ରବାସୀ ଓଡିଆଙ୍କୁ ରାଜ୍ୟକୁ ଫେରାଇ ଆଣିବା । ଏନେଇ ମୁଖ୍ୟମନ୍ତ୍ରୀ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କ ସହିତ ଆଲୋଚନା କରି ସେମାନଙ୍କର ସହଯୋଗ କାମନା କରୁଛନ୍ତି । ତେବେ ଏହି ପ୍ରବାସୀ ଓଡିଆଙ୍କ ରାଜ୍ୟକୁ ଫେରିବାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଥିବା ଯୋଜନାର ନାମ ରଖାଯାଇଛି ‘ଅପରେଶନ ଶୁଭଯାତ୍ରା’ ।
ଏନେଇ ପରିବହନ ସଚିବ ମନୋଜ ମିଶ୍ର ସୂଚନା ଦେଇଛନ୍ତି । ବାହାର ରାଜ୍ୟରେ ଫସି ରହିଥିବା ପ୍ରବାସୀ ଓଡିଆ ମାନେ କିଭଳି ସୁରୁଖୁରୁରେ ଓଡିଶା ଫେରିବେ । ଓଡିଶା ଫେରିବା ପରେ କିଭଳି ସେମାନଙ୍କୁ ନେଇ ନିଜ ପଞ୍ଚାୟତ କ୍ୱାରେଣ୍ଟାଇନରେ ରଖାଯିବ । ଏବଂ ସେମାନେ କିଭଳି କ୍ୱାରେଣ୍ଟାଇନରେ ରହିବେ ଏନେଇ ସମସ୍ତ ବ୍ୟବସ୍ଥା ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଛି । କେରଳର ଏର୍ଣ୍ଣାକୁଲମରୁ ୧୧୫୦ ଜଣ ଯାତ୍ରୀଙ୍କୁ ନେଇ ଏକ ଟ୍ରେନ ଆସୁଛି । ଆଜି ଗଞ୍ଜାମର ଜଗନ୍ନାଥ ପୁର ଓ ଖୋର୍ଦ୍ଧା ରୋଡରେ ପହଞ୍ଚିବ । ୨୩ ଟି ଜିଲ୍ଲାରୁ ଓଡିଆଙ୍କୁ ଧରି ଏହି ଟ୍ରେନ ଆସୁଛି ।
ଅସୁଥିବା ଯାତ୍ରୀମାନେ ସରକାରଙ୍କ ପାଖରେ ଅନଲାଇନରେ ପଞ୍ଜୀକରଣ କରିଛନ୍ତି । ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ପରେ ସେମାନଙ୍କୁ ଯାତ୍ରା ପାଇଁ ଅ ନୁମତି ଦିଆଯାଇଥିବା ଜଣାପଡିଛି ।