ବୌଦ୍ଧ ( ଏଟିଆର ବ୍ୟୁରୋ): ସରପଞ୍ଚ ଦେଖାଇଲେ ଜିଲ୍ଲାପାଳଙ୍କ କ୍ଷମତା । ବୌଦ୍ଧର ଗୋଟିଏ ଗାଁକୁ ତିନି ଦିନିଆ ସଟଡାଉନ ଘୋଷଣା କଲେ ସରପଞ୍ଚ । ସୂଚନା ଅନୁସାରେ ବୌଦ୍ଧ ଲକ୍ଷ୍ମୀପ୍ରସାଦ ପଞ୍ଚାୟତର ଜଗତି ଗାଁକୁ ସ୍ଥାନୀ ୟସରପଞ୍ଚ ୩ ଦିନିଆ ସଟଡାଉନ କରିଛନ୍ତି । ଏହି ଅଞ୍ଚଳରୁ କରୋନା ପଜିଟିଭ ଚିହ୍ନଟ ହେବା ପରେ ସରପଞ୍ଚ ଏହି ଘୋଷଣା କରିଛନ୍ତି । ଅକ୍ରାନ୍ତଙ୍କ ପରିବାରକୁ ହୋମ କ୍ୱାରେଣ୍ଟାଇନରେ ରଖାଯାଇଛି । ଗାଁରେ ଥିବା ଛୋଟ ବଜାର ଛକକୁ ମଧ୍ୟ ବନ୍ଦ କରାଯାଇଛି ।
ସୂଚନାଯୋଗ୍ୟ ଏହି ଗାଁରେ ହୋଇଥିବା କ୍ୱାରେଣ୍ଟାଇନ ସେଣ୍ଟରରେ ୩୫ ଜଣ ପ୍ରବାସୀ ରହିଥିଲେ । ସେମାନଙ୍କ ମଧ୍ୟରୁ ୩ ଜଣ ପଜିଟିଭ ଚିହ୍ନଟ ହୋଇଥିଲେ । ସେଠାରେ ଥିବା ସମସ୍ତ କ୍ୱାରେଣ୍ଟାଇନଙ୍କ ସ୍ୱାବ ପରୀକ୍ଷା କରାଯାଇଥିଲା ସେମାନଙ୍କ ମଧ୍ୟରୁ ୩ ଟି କେସ ପଜିଟିଭ ଆସିଥିଲା । ତେବେ ଅନ୍ୟ ଯେଉଁମାନେ ସେଠାରେ ଏବେ ରହିଛନ୍ତି କ୍ୱାରେଣ୍ଟାଇନ ପରେ ପୁଣି ଥରେ ସେମାନଙ୍କ ସ୍ୱାବ ଟେଷ୍ଟ କରାଯିବ । ଏଠାରେ ଥିବା କ୍ୱାରେଣ୍ଟାଇନ ସେଣ୍ଟର ୪ ପଟରେ ୫୦୦ ମିଟର ମଧ୍ୟରେ ଏବେ ୧୪୪ ଧାରା ଜାରି କରାଯାଇଛି ।