ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ପୁଣି ଆଉ ୧୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ସମସ୍ତ ଆକ୍ରାନ୍ତ କେନ୍ଦ୍ରପଡା ଜିଲ୍ଲାର । ଏମାନେ ସମସ୍ତେ ସୁରତ ଫେରନ୍ତା । ସଙ୍ଗରୋଧ କେନ୍ଦ୍ରରେ ଅଛନ୍ତି । ସେମାନେ କାହା ସଂଶ୍ପର୍ଷରେ ଆସି ନାହାନ୍ତି । ସେମାନଙ୍କୁ ଏବେ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ସେଥିପାଇଁ ଡରିବାର କୌଣସି ଆବଶ୍ୟକତା ନାହିଁ । ଏନେଇ କେନ୍ଦ୍ରପଡା ଜିଲ୍ଲାପାଳ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ।
13 new cases have been identified today in kendrapara district. All Surat returnees living in quarantine centres of Mahakalpara, kendrapara and kanika block… they have no interaction with public. They have been shifted to hospital. No need to panic
— Collector Kendrapara🇮🇳 (@dmkendrapara) May 14, 2020
ଏହି ୧୩ ଜଣ ନୂତନ କେସ୍ କୁ ମିଶାଇ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୨୪ ରେ ପହଁଚିଛି । ଏମାନଙ୍କ ମଧ୍ୟ ୧୪୩ ଜଣ ସୁସ୍ଥ ହୋଇଥିବା ବେଳେ ୩ ଜଣଙ୍କର ମୃତ୍ୟୁ ହୋଇଛି ।