ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଶରୀର ପାଇଁ କମଳା ଖୁବ୍ ଉପଯୋଗୀ ହୋଇଥାଏ । କମଳାରେ ଭିଟାମିନ୍ ସି ଏବଂ ଫାଇବର ପ୍ରଚୁର ମାତ୍ରାରେ ରହିଥାଏ । ଯାହା ଶରୀରକୁ ଲାଭ ପହଁଚାଇ ଥାଏ । କିନ୍ତୁ ଆପଣମାନେ ଜାଣିଛନ୍ତି କି କମଳା ଚୋପା ବି ଗୁଣକାରୀ ଅଟେ । ଯେଉଁ କମଳା ଚୋପାକୁ ଅଦରକାରୀ ଭାବି ଫିଙ୍ଗି ଦେଉଛନ୍ତି ତାହା ପ୍ରକୃତରେ ଶରୀରକୁ ଖୁବ୍ ଲାଭ ପହଁଚାଇ ପାରିବ । ତେବେ ଆସନ୍ତୁ ଜାଣିବା କମଳା ଚୋପାର ଫାଇଦା ବିଷୟରେ…
– କମଳା ଚୋପାରେ ପାଚନ ଶକ୍ତି ବଢାଇବାର କ୍ଷମତା ରହିଛି । ପ୍ରକୃତରେ ଏହା ପେଟ ଗ୍ୟାସ, ବାନ୍ତି, ଆମ୍ବିଳ ହେକୁଡି ଦୂର କରିବାରେ ସହାୟକ ହୋଇଥାଏ । ଏହାସହିତ ଏହା ଭୋକ ବଢାଇବାରେ ବି ସହାୟକ ହୋଇଥାଏ । ଯଦି ଆପଣ ଏହାର ଲାଭ ଉଠାଇବାକୁ ଚାହୁଁଛନ୍ତି ତେବେ କମଳା ଚୋପାକୁ ଗୁଣ୍ଡ କରି ସେବନ କରି ପାରିବେ ।
– କମଳା ଚୋପରୁ ଏକ ତେଲ ବାହାର କରନ୍ତୁ । ଏହାକୁ ଅନିଦ୍ରା ଦୂର ପାଇଁ ବ୍ୟବହାର କରାଯାଇଥାଏ । ଆପଣ ସେଥିପାଇଁ ଗାଧୋଇବା ପାଣିରେ ଦୁଇ ବୁନ୍ଦା ଏହି ତେଲ ପକାଇ ଦିଅନ୍ତୁ । ଏହାଦ୍ୱାରା ଅନିଦ୍ରା ଦୂର ହେବ ।
– କୋଲେଷ୍ଟ୍ରଲ ରୋଗୀଙ୍କ ପାଇଁ କମଳା ଚୋପା ବ୍ୟବହାର ଲାଭକାରୀ ହୋଇଥାଏ । ପ୍ରକୃତରେ କମଳା ଚୋପାରେ ଏଭଳି ଗୁଣ ରହିଛି ଯାହାଦ୍ୱାରା ଉଚ୍ଚ କୋଲେଷ୍ଟ୍ରଲ ସ୍ତର ବା ମୋଟାପଣ ବ୍ୟକ୍ତିଙ୍କ ପାଇଁ ଲାଭଦାୟକ । ଏହାସହିତ କର୍କଟ ଏବଂ ହାଡ ଦୁର୍ବଳ ସମସ୍ୟାରୁ ମୁକ୍ତି ମିଳିଥାଏ ।
– ପ୍ରକୃତରେ କମଳା ଚୋପାରେ କ୍ଲିଜିଙ୍ଗ ଆଣ୍ଟି ଫଙ୍ଗଲ ଏବଂ ଆଣ୍ଟିବ୍ୟାକ୍ଟେରିଆ ଗୁଣ ରହିଛି । ଯାହା ତ୍ୱଚା ପାଇଁ ଉପଯୋଗୀ ହୋଇଥାଏ । ବ୍ରଣ ଆଦିରୁ ଛୁଟକାରା ମିଳିଥାଏ । ଏହାସହିତ ତ୍ୱଚାରେ ଚମକପଣ ଆସିଥାଏ ।
– ଯେଉଁ ବ୍ୟକ୍ତିଙ୍କ କେଶ ଶୁଖିଲା ଓ ରୁଖା ଦେଖାଯାଉଥିବ ସେମାନେ କମଳା ଚୋପା କେଶରେ ବ୍ୟବହାର କରି ପାରିବେ । ସେଥିପାଇଁ କମଳା ଚୋପାକୁ ପେଷ୍ଟକରି କେଶରେ ଲାଗଇବାର କିଛି ସମୟ ପରେ କେଶ ଧୋଇ ଦିଅନ୍ତୁ ।