ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ମହାବାତ୍ୟା ଅମ୍ପାନ୍ ରଚିଲା ତାଣ୍ଡବ । ଏହାର ପ୍ରଭାବରେ ଅନେକ କ୍ଷୟକ୍ଷତି ହୋଇଛି । ଘରର ଛାତ ଉଡିବା ସହିତ ବଡ ବଡ ଗଛ ବି ଉପୁଡି ଯାଇଛି । ସବୁଠାରୁ ବଡ କଥା ହେଲା ଏଥିରେ ୧୨ ଜଣଙ୍କର ମୃତ୍ୟୁ ହୋଇଛି । ଓଡିଶା ଏବଂ ପଶ୍ଚିମବଙ୍ଗର ଉପକୂଳବର୍ତ୍ତି ଅଞ୍ଚଳରେ ଅମ୍ପାନ୍ ତାଣ୍ଡବ ଦେଖିବାକୁ ମିଳିଥିଲା । ଏହାକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି କହିଛନ୍ତି, ଆମେ ଯୁଦ୍ଧ ଭଳି ପରିସ୍ଥିତିର ସାମ୍ନା କରିଛୁ । ଏହା ମତେ କରୋନା ଠାରୁ ବି ଭୟଙ୍କର ଲାଗିଲା । ଏହାସହିତ ଏଥିରେ ୧୦ ରୁ ୧୨ ଜଣଙ୍କ ଜୀବନ ବି ଯାଇଛି । ସ୍ଥିତି ଉପରେ ଆମର ସମ୍ପୂର୍ଣ୍ଣ ନଜର ଥିଲା । ଅନେକ ଅଞ୍ଚଳ ଧ୍ୱଂସ ବିଧ୍ୱଂସ ହୋଇଯାଇଛି । ନନ୍ଦୀଗ୍ରାମ ଏବଂ ରାମନଗର ତଥା ଦକ୍ଷିଣ ୨୪ ପରଗନାର ଦୁଇଟି ଜିଲ୍ଲା ସମ୍ପୂର୍ଣ୍ଣ ଧୂଂସ ହୋଇଯାଇଛି ।
ମହାବାତ୍ୟା ଅମ୍ପାନ୍ ବୁଧବାର ସନ୍ଧ୍ୟାରେ ପଶ୍ଚିମବଙ୍ଗର ଦୀଘା ଏବଂ ବାଲାଂଦେଶରେ ହାଟିଆ ଦୀପରେ ତାଣ୍ଡବ ଆରମ୍ଭ କରିଥିଲା । ଯାହାଫଳରେ ଅନେକ ବଡ ବଡ ଗଛ ,ଇଲେକ୍ଟ୍ରି ଖୁଣ୍ଟି ଉପୁଡିବା ସହ ଅନେକ କଚା ଘର ଭୁଷୁଡି ପଡିଥିଲା । ପାଣିପାଗ ବିଭାଗର କହିବାନୁଯାୟୀ ଅମ୍ପନାନ ପଶ୍ଚିମବଙ୍ଗରେ ପହଁଚିବା ବେଳକୁ ପବନର ବେଗ ଘଣ୍ଟା ପ୍ରତି ୧୬୦ ରୁ ୧୭୦ ରହିଥିଲା ।