ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଆଜି ସକାଳୁ ରାଜ୍ୟରେ ୮୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୧୯ , ପୁରୀ ଜିଲ୍ଲାରୁ ୧୭ , ଯାଜପୁର ଜିଲ୍ଲାରୁ ୧୪ , ବାଲେଶ୍ବର ଜିଲ୍ଲାରୁ ୩ , କଟକ ଜିଲ୍ଲାରୁ ଜଣେ , ସୁନ୍ଦରଗଡ ଜିଲ୍ଲାରୁ ୫ , ନୟାଗଡ ଜିଲ୍ଲାରୁ ୫ , ବଲାଙ୍ଗୀର ଜିଲ୍ଲାରୁ , ମାଲକାନଗିରି ଜିଲ୍ଲାରୁ ୫ , କନ୍ଧମାଳ ଜିଲ୍ଲାରୁ ୨ , ଝାରସୁଗୁଡା ଜିଲ୍ଲାରୁ ୩ , ଗଜପତି ଜିଲ୍ଲାରୁ ୪ ଏବଂ ନବରଙ୍ଗପୁର ଜିଲ୍ଲାରୁ ଜଣେ ରହିଛନ୍ତି ।
Total Positive Cases till 9 am: 1269
Active Cases: 826
New Cases: 8004 cases in Gajapati
(1 in quarantine centre, Maharashtra returnee & 3 local contact cases)17 cases in Puri
(All in quarantine centres. 11 Gujarat, 4 WB, 1 AP & 1 TN returnees)— I & PR Department, Odisha (@IPR_Odisha) May 23, 2020
ଗଞ୍ଜାମ ଜିଲ୍ଲାରୁ ଚିହ୍ନଟ ହୋଇଥିବା ୧୯ ସଂକ୍ରମିତଙ୍କ ମଧ୍ୟରୁ ୧୫ ଜଣ ସୁରଟ ଏବଂ ଜଣେ ମହାରାଷ୍ଟ୍ରରୁ ଫେରିଥିଲେ । ପୁରୀ ଜିଲ୍ଲାରୁ ଚିହ୍ନଟ ହୋଇଥିବା ୧୭ ସଂକ୍ରମିତଙ୍କ ମଧ୍ୟରୁ ୧୧ ଜଣ ଗୁଜୁରାଟ, ୪ ଜଣ ପଶ୍ଚିମବଙ୍ଗ, ଜଣେ ଆନ୍ଧ୍ରପ୍ରଦେଶ ଏବଂ ଜଣେ ତାମିଲନାଡୁରୁ ଫେରିଥିଲେ । ଯାଜପୁର ଜିଲ୍ଲାରୁ ଚିହ୍ନଟ ହୋଇଥିବା ୧୪ ସଂକ୍ରମିତଙ୍କ ମଧ୍ୟରୁ ପଶ୍ଚିମବଙ୍ଗରୁ ୮ ଜଣ, ଆନ୍ଧ୍ରପ୍ରଦେଶରୁ ୫ ଜଣ, ଗୁଜୁରାଟରୁ ଜଣେ ଫେରିଥିଲେ ।
Total Positive Cases till 9 am: 1269
Active Cases: 826
New Cases: 8004 cases in Gajapati
(1 in quarantine centre, Maharashtra returnee & 3 local contact cases)17 cases in Puri
(All in quarantine centres. 11 Gujarat, 4 WB, 1 AP & 1 TN returnees)— I & PR Department, Odisha (@IPR_Odisha) May 23, 2020
ଗଜପତି ଜିଲ୍ଲାରୁ ଚିହ୍ନଟ ହୋଇଥିବା ୪ ଜଣ ସଂକ୍ରମିତଙ୍କ ମଧ୍ୟରୁ ଜଣେ ମହାରାଷ୍ଟ୍ରରୁ ଫେରିଥିବା ବେଳେ କ୍ବାରେଣ୍ଟାଇନ୍ ସେଣ୍ଟରରେ ରହିଥିଲେ । ଅନ୍ୟ ୩ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ସମସ୍ତେ କ୍ବାରେଣ୍ଟାଇନ୍ ସେଣ୍ଟରରେ ରହିଥିଲେ ।
ସେହିପରି ନୟାଗଡ ଜିଲ୍ଲାରୁ ଚିହ୍ନଟ ହୋଇଥିବା ୫ ସଂକ୍ରମିତଙ୍କ ମଧ୍ୟରୁ ଦୁଇ ଜଣ ସୁରଟ, ଦୁଇ ଜଣ ତେଲେଙ୍ଗାନା ଏବଂ ଜଣେ ପଶ୍ଚିମବଙ୍ଗରୁ ଫେରିଥିଲେ । କଟକ ଜିଲ୍ଲାରୁ ଚିହ୍ନଟ ହୋଇଥିବା ସଂକ୍ରମିତ ଜଣଙ୍କ ଗୁଜୁରାଟରୁ ଫେରିଥିବା ବେଳେ କ୍ବାରେଣ୍ଟାଇନ୍ ସେଣ୍ଟରରେ ରହିଥିଲେ । ବାଲେଶ୍ବର ଜିଲ୍ଲାରୁ ଚିହ୍ନଟ ହୋଇଥିବା ୩ ଜଣ ସଂକ୍ରମିତ ସୁରଟରୁ ଫେରିଥିବା ବେଳେ ସମସ୍ତେ କ୍ବାରେଣ୍ଟାଇନ୍ ସେଣ୍ଟରରେ ରହିଥିଲେ ।
ସୁନ୍ଦରଗଡ ଜିଲ୍ଲାରୁ ଚିହ୍ନଟ ହୋଇ ୫ ଜଣ ସଂକ୍ରମିତ ମହାରାଷ୍ଟ୍ରକୁ ଫେରିଥିବା ବେଳେ ସମସ୍ତେ କ୍ବାରେଣ୍ଟାଇନ୍ ସେଣ୍ଟରରେ ରହିଥିଲେ ।
ସେହିପରି କନ୍ଧମାଳ ଜିଲ୍ଲାରୁ ଚିହ୍ନଟ ହୋଇଥିବା ଦୁଇ ଜଣ ସଂକ୍ରମିତ ତେଲେଙ୍ଗାନାରୁ ଫେରିଥିବା ବେଳେ ଉଭୟ କ୍ବାରେଣ୍ଟାଇନ୍ ସେଣ୍ଟରରେ ରହିଥିଲେ । ଝାରସୁଗୁଡା ଜିଲ୍ଲାରୁ ଚିହ୍ନଟ ହୋଇଥିବା ୩ ଜଣ ସଂକ୍ରମିତଙ୍କ ମଧ୍ୟରୁ ୨ ଜଣ ହୋମ୍ କ୍ବାରେଣ୍ଟାଇନ୍ ରେ ରହିଥିବା ବେଳେ ଜଣେ କ୍ବାରେଣ୍ଟାଇନ୍ ସେଣ୍ଟରରେ ରହିଥିଲେ । ଜଣେ ଉତ୍ତରପ୍ରଦେଶରୁ ଫେରିଥିବା ବେଳେ ଜଣେ ମହାରାଷ୍ଟ୍ରରୁ ଫେରିଥିଲେ । ଜଣେ ସ୍ଥାନୀୟ ବାସିନ୍ଦାଙ୍କ ସଂସ୍ପର୍ଶରେ ଆସିଥିଲେ ।
05 cases in Nayagarh
(All in quarantine centres. 2 Surat, 2 Telengana & 1 WB returnees)01 cases in Cuttack
(In quarantine centre. Gujarat returnee)03 cases in Balasore
(All in quarantine centres. Surat returnees)— I & PR Department, Odisha (@IPR_Odisha) May 23, 2020
ସେହିପରି ମାଲକାନଗିରି ଜିଲ୍ଲାରୁ ଚିହ୍ନଟ ହୋଇଥିବା ୫ ଜଣ ସଂକ୍ରମିତଙ୍କ ମଧ୍ୟରୁ ୩ ଜଣ ତାମିଲନାଡୁରୁ ଏବଂ ଜଣେ ତେଲେଙ୍ଗାନାରୁ ଫେରିଥିଲେ । ଅନ୍ୟ ଜଣେ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ନବରଙ୍ଗପୁର ଜିଲ୍ଲାରୁ ଚିହ୍ନଟ ହୋଇଥିବା ସଂକ୍ରମିତ ଜଣଙ୍କ ଆନ୍ଧ୍ରପ୍ରଦେଶରୁ ଫେରିଥିବା ବେଳେ କ୍ବାରେଣ୍ଟାଇନ୍ ସେଣ୍ଟରରେ ରହିଥିଲେ । ବଲାଙ୍ଗୀରରୁ ଚିହ୍ନଟ ହୋଇଥିବା ସଂକ୍ରମିତ ଜଣଙ୍କ ତେଲେଙ୍ଗାନାରୁ ଫେରିଥିବା ବେଳେ କ୍ବାରେଣ୍ଟାଇନ୍ ସେଣ୍ଟରରେ ରହିଥିଲେ ।
19 cases in Ganjam
(16 in quarantine centres, 15 Surat & 1 Maharashtra returnees. 3 local cases)14 cases in Jajpur
(All in quarantine centres. 8 WB, 5 AP & 1 Gujarat returnees)05 cases in Sundergarh
(All in quarantine centres. 5 Maharastra returnees)— I & PR Department, Odisha (@IPR_Odisha) May 23, 2020