ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଆଉ ନାହାନ୍ତି ବରିଷ୍ଠ ଚଳଚ୍ଚିତ୍ର ସାମ୍ବାଦିକ ରାଧାନାଥ ମହାପାତ୍ର । ବୁଧବାର ସକାଳୁ ତାଙ୍କର ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୫୬ବର୍ଷ ବୟସ ହୋଇଥିଲା । ଦୀର୍ଘଦିନ ହେବ ସେ ଅସୁସ୍ଥ ରହି ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିଲେ ।
ତାଙ୍କ ବିୟୋଗରେ ଚଳଚ୍ଚିତ୍ର ଜଗତ ଓ ସାମ୍ବାଦିକ ମହଲରେ ଶୋକର ଛାୟା ଖେଳିଯାଇଛି । ସେ ନିଜର କ୍ୟାରିୟର ସମ୍ବାଦରୁ ଆରମ୍ଭ କରିଥିଲେ । ପରେ ପରେ ସମୟ, ଧରିତ୍ରୀ, ପ୍ରମେୟ ଓ ଶେଷରେ ନିତିଦିନରେ ବରିଷ୍ଠ ସମ୍ପାଦକ ଭାବେ କାର୍ଯ୍ୟ କରିଥିଲେ । ୧୯୬୨ମସିହାରେ ସେ ପୁରୀରେ ଜନ୍ମଗ୍ରହଣ କରିଥିଲେ ।