ବାରିପଦା,(ଏଟିଆର ବ୍ୟୁରୋ): ସାମାନ୍ୟ ପାରିବାରିକ କଳହକୁ ନେଇ ଏକ ଅଭାବନୀୟ ଘଟଣା ଘଟିଛି ବାରିପଦାରେ । ୧୦ ବର୍ଷର ଝିଅ ତଣ୍ଟିକୁ କାଟି ହତ୍ୟା କରିଛି ବାପା । ଅବିଶ୍ୱାସ ଲାଗୁଥିଲେ ବି ଏହି ଘଟଣାଟି ଏବେ ସବୁଠି ଚର୍ଚ୍ଚାର ବିଷୟ ହୋଇଛି । ବାପା ନୁହେଁ ତ’ ସଇତନା ବୋଲି ମତ ପ୍ରକାଶ ପାଇଛି । ସେପଟେ ପୋଲିସ ଅଭିଯୁକ୍ତ ବାପା ସନିଆ ଦେହୁରୀକୁ ଗିରଫ କରି ସାଇଣ୍ଟିଫିକ ଟିମ ସହାୟତାରେ ପୂରା ଘଟଣାର ଖୋଳତାଡ କରୁଛି ।
ରିପୋର୍ଟ ଅନୁସାରେ, ସନିଆ ଦେହୁରୀଙ୍କ ଘର ଗୋବର୍ଦ୍ଧନପୁର ଅଞ୍ଚଳରେ । ତାଙ୍କର ୨ଝିଅ ଓ ଗୋଟିଏ ପୁଅ । ଗତକାଲି ରାତିରେ କୌଣସି କଥାକୁ କେନ୍ଦ୍ର କରି ଘରେ ପାଟିତୁଣ୍ଡ ହୋଇଥିଲା । ଏଥିରେ ଉତ୍ତକ୍ଷିପ୍ତ ହୋଇ ଉଠିଥିଲା ସନିଆ । ସମସ୍ତଙ୍କୁ ମାରିଦେବାରୁ ଗୋଡାଇଥିଲା । ଭୟରେ ସ୍ତ୍ରୀ ଓ ପୁଅ ଝିଅ ବାହାରକୁ ଦୌଡି ପଳାଇଥିଲେ ମଧ୍ୟ ସାନ ଝିଅଟି ସନିଆ ହାବୁଡରେ ପଡିଯାଇଥିଲା । ଶେଷରେ ସନିଆ ତା’ ହାତଗୋଡ ବାନ୍ଧି ଏକ ଦା’ ମାଧ୍ୟମରେ ତା’ ତଣ୍ଟି କାଟି ଦେଇଥିବା ଅଭିଯୋଗ ହୋଇଛି ।