ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଜୁଲାଇ ୩୧ ପର୍ଯ୍ୟନ୍ତ ଖୋଲିବ ନାହିଁ କୌଣସି ସ୍କୁଲ, କଲେଜ ଏବଂ କୋଚିଂ ସେଣ୍ଟର । ଶିକ୍ଷାନୁଷ୍ଠାନ ଗୁଡିକ ଜୁଲାଇ ୩୧ ଯାଏଁ ବନ୍ଦ ରହିବ ଏନେଇ ଆଜି ରାଜ୍ୟ ମୁଖ୍ୟ ଶାସନ ସଚିବ ଅସୀତ୍ ତ୍ରିପାଠୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ବେଗରେ ବଢିବା ସହ ସ୍ଥିତି ଗମ୍ଭୀର ହେଉଥିବାରୁ ସରକାରଙ୍କ ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଛି ।
ପୂର୍ବରୁ ଜୁନ୍ ୧୭ରେ ସମସ୍ତ ସ୍କୁଲ ଓ କଲେଜ ଖୋଲିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିଲା । କିନ୍ତୁ କେନ୍ଦ୍ର ସରକାରଙ୍କ ୫ମ ପର୍ଯ୍ୟାୟ ଲକ୍ ଡାଉନ୍ ର ଗାଇଡ ଲାଇନ୍ ଅନୁଯାୟୀ ସ୍କୁଲ ଖୋଲିବାକୁ ନେଇ ଜୁଲାଇ ପ୍ରଥମ ସପ୍ତାହରେ ରାଜ୍ୟ ସରକାର ମାନଙ୍କ ସହ ଆଲୋଚନା ହେବ ବୋଲି କୁହାଯାଇଥିଲା । ମାତ୍ର ରାଜ୍ୟର ସ୍ଥିତିକୁ ଦୃଷ୍ଟିରେ ରଖି ଜୁଲାଇ ୩୧ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରଖିବାକୁ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର ।