ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ପୁଣି ଆଜି ଆଉ ୧୪୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସମସ୍ତଙ୍କୁ ଏବେ ହସ୍ପିଟାଲରୁ ଡିସଚାର୍ଜ କରି ଦିଆଯାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।
1 each from Boudh & Koraput.
The total recovered cases of #Odisha now stand at 2282.
— H & FW Dept Odisha (@HFWOdisha) June 10, 2020
ଆଜି ସୁସ୍ଥ ହୋଇଥିବା ନୂତନ ୧୪୯ ଜଣ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ମୋଟ ୨୨୮୨ ଜଣ ସୁସ୍ଥ ହୋଇ ସାରିଲେଣି ।
ସୁସ୍ଥ ହୋଇଥିବା ୧୪୯ ଜଣଙ୍କ ମଧ୍ୟରୁ ଗଞ୍ଜାମର ୫୭ ଜଣ, ଖୋର୍ଦ୍ଧାର ୨୬ ଜଣ, ବଲାଙ୍ଗିରର ୧୧ ଜଣ, ଜଗତସିଂହପୁରର ୮ ଜଣ, ବାଲେଶ୍ୱରର ୭ ଜଣ, ଯାଜପୁରର ୭ ଜଣ, ନୟାଗଡର ୭ ଜଣ, ଭଦ୍ରକର ୫ ଜଣ, କେନ୍ଦ୍ରପଡାର ୫ ଜଣ, ପୁରୀର ୫ ଜଣ,ସୁନ୍ଦରଗଡର ୪ ଜଣ, କେନ୍ଦୁଝରର ୩ ଜଣ, କଟକର ୨ ଜଣ, ବୌଦ୍ଧର ଜଣେ, କୋରାପୁଟର ଜଣେ ରହିଛନ୍ତି ।