କଟକ (ଏଟିଆର ବ୍ୟୁରୋ): କଟକ ଏସସିବି ମେଡିକାଲରେ ପ୍ରଥମ ଇକମୋ ଚିକିତ୍ସା ଆରମ୍ଭ ହୋଇଛି । ନିଶ୍ଚିତକୋଇଲିର ୫୨ ବର୍ଷିୟା ଜଣେ ମହିଳା କୋଭିଡରେ ଆକ୍ରାନ୍ତ ହେବା ପରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ଏବେ ତାଙ୍କ ରିପୋର୍ଟ ନେଗେଟିଭ ଆସିଲେ ବି ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ତାଙ୍କୁ ପ୍ରଥମେ ଇକମୋ ଚିକିତ୍ସା ଦିଆଯାଇଛି ।
ତାଙ୍କ ଇକମୋ ଚିକିତ୍ସାରେ ୧୦ ଜଣିଆ ଟିମ୍ ନିୟୋଜିତ ଅଛନ୍ତି । ଏହାସହିତ କୋଲକାତାର ତିନି ଜଣିଆ ଟିମ୍ ସେମାନଙ୍କୁ ସହାୟତା କରୁଛନ୍ତି ।
ନିକଟରେ କଟକ ଏସସିବି ହସ୍ପିଟାଲରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇକମୋ ୟୁନିଟ ଉଦଘାଟନ କରିଥିଲେ ।