କଟକ(ଏଟିଆର ବ୍ୟୁରୋ): ଓଡିଶା ହାଇକୋର୍ଟର ନୂତନ ବିଚାର ପତି ଭାବେ ଶପଥ ଗ୍ରହଣ କରିଛନ୍ତି ବରିଷ୍ଠ ଆଇନଜିବୀ ସାବିତ୍ରୀ ରଥ । ଆଜି କନଫରେନ୍ସ ହଲରେ ମୁଖ୍ୟ ବିଚାର ପତି ତାଙ୍କୁ ଶପଥ ପାଠ କରାଇଛନ୍ତି । ଜଷ୍ଟି ସାବିତ୍ରୀ ରଥଙ୍କୁ ମିଶାଇ ଓଡିଶା ହାଇକୋର୍ଟରେ ମୁଖ୍ୟ ବିଚାରପତିଙ୍କ ସଂଖ୍ୟା ୧୬ରେ ପହଞ୍ଚିଛି ।
ସାବିତ୍ରୀ ରଥଙ୍କ ନିଯୁକ୍ତି ପତ୍ରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅନୁମୋଦନ ପ୍ରଦାନ କରିଥିଲେ । ତେବେ ସାବିତ୍ରୀ ରଥଙ୍କ ନାଁ ସୁପ୍ରିମକୋର୍ଟ କଲେଜିୟମ ପକ୍ଷରି ସୁପାରିଶ କରାଯାଇଥିଲା । ଏନେଇ କେନ୍ଦ୍ର ଆଇନ ଓ ନ୍ୟାୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।