ଓଡିଶାରେ ମୌସୁମୀ ବାୟୁର ପ୍ରଭାବ ଦେଖିବାକୁ ମିଳିଛି । ପ୍ରଥମେ ଦକ୍ଷିଣ ଓଡିଶାରେ ପାଦ ଥାପିଛି ମୌସୁମୀ । ମାଲକାନଗିରି, କୋରାପୁଟ ଜିଲ୍ଲା ସହ ନବରଙ୍ଗପୁର, ରାୟଗଡ଼ା, ଗଞ୍ଜାମ ଓ ଗଜପତିର କିଛି ଅଞ୍ଚଳରେ ପହଞ୍ଚିଛି ମୌସୁମୀ । ଆସନ୍ତା ୨୪ ଘଣ୍ଟା ଭିତରେ ଦକ୍ଷିଣ ଓଡ଼ିଶାର ବାକି ଅଞ୍ଚଳ ସହ ରାଜ୍ୟର ଅଧିକାଂଶ ଅଞ୍ଚଳରେ ମୌସୁମୀ ପ୍ରବେଶ କରିବାର ସମ୍ଭାବନା ଅଛି । ପାଣିପାଗ ବିଭାଗ ସୂଚନା ଅନୁସାରେ ଲଘୁଚାପ ପଶ୍ଚିମ କେନ୍ଦ୍ରୀୟ ଓ ପାର୍ଶ୍ବବର୍ତ୍ତୀ ଉତ୍ତର ପଶ୍ଚିମ ବଙ୍ଗୋପସାଗରର ଆନ୍ଧ୍ର ଏବଂ ଦକ୍ଷିଣ ଓଡିଶା ଉପକୂଳ ପାଖରେ ଅଛି । ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି । ଅନୁମାନ କରାଯାଉଛି, ଶୁକ୍ରବାର ରାଜ୍ୟର ଆହୁରି କିଛି ଅଞ୍ଚଳକୁ ମୌସୁମୀ ପ୍ରବେଶ କରିବ । ଏବେ ମୌସୁମୀ ସ୍ବାଭାବିକ ଅଛି । ହେଲେ ୧୩ରୁ କ୍ରମଶଃ ବର୍ଷା ପରିମାଣ କମିବ ।
ତେବେ ୧୭ ତାରିଖ ବେଳକୁ ଆଉ ଏକ ଘୂର୍ଣ୍ଣିବଳୟ ସମ୍ଭାବନା ଅଛି । ଏହା ପ୍ରଭାବରେ ମୌସୁମୀ ପୁଣି ସକ୍ରିୟ ହେବ । ୧୭ରୁ ୨୦ ତାରିଖ ଭିତରେ ଉତ୍ତର ଓଡିଶାରେ ବିଶେଷ ବର୍ଷା ସମ୍ଭାବନା ଅଛି ।ଅନ୍ୟପଟେ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ହୀରାକୁଦରେ ୩୭.୨ ଡିଗ୍ରୀ ସେଲସିଏସ ତାପମାତ୍ରା ରେକର୍ଡ କରାଯାଇଛି । ସେହିଭଲି ଝାଡସୁଗୁଡା ଓ ସମ୍ବଲପୁରରେ ୩୬.୫ ଡିଗ୍ରୀ, ସୁନ୍ଦରଗଡ, ମଲାଙ୍ଗୀରୀ ଓ ବୌଦ୍ଧରେ ୩୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।