ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଜିଏସଟି କାଉଁସିଲର ୪୦ତମ ବୈଠକ ପରେ ସାମ୍ବାଦିକ ସମ୍ମିଳନୀରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ସେ କହିଛନ୍ତି କି ଦ୍ରବ୍ୟ ଏବଂ ସେବା କର କୁ ନେଇ ନିର୍ଣ୍ଣୟ ନେଉଥିବା ଶୀର୍ଷ ସଂସ୍ଥା ଜିଏସଟି କାଉଁସିଲ କୋଭିଡ୧୯ ପ୍ରଭାବକୁ ନେଇ ଚର୍ଚ୍ଚା କରିଛି ।
ସେ ଆହୁରି ମଧ୍ୟ କହିଛନ୍ତି କି, ଛୋଟ କମ୍ପାନୀ ପାଇଁ ବିଳମ୍ବରେ ଜିଏସଟି ଦାଖଲ କରିବା ଉପରେ ସୁଧ ଦର ହ୍ରାସ କରାଯାଇ ଅଧା କରି ଦିଆଯାଇଛି । ଏଭଳି କମ୍ପାନୀ ଗୁଡିକୁ ବିଳମ୍ବରେ ଜିଏସଟି ଦାଖଲ କରିବା ଦ୍ୱାରା ନଅ ପ୍ରତିଶତ ଦରରେ ସୁଧ ଦେବାକୁ ପଡିବ । ଏହାସହିତ ଏହି କମ୍ପାନୀ ଗୁଡିକୁ ମେ ମାସରୁ ଜୁଲାଇ ମାସ ମଧ୍ୟରେ ଜିଏସଟି ରିଟର୍ଣ୍ଣ ଦାଖଲ କରିବା ସମୟରେ କୌଣସି ପ୍ରକାରର ବିଳମ୍ବ ଶୁଳ୍କ ଦେବାକୁ ପଡିବ ନାହିଁ । ଏନେଇ ଜଲାଇ ରେ ଚର୍ଚ୍ଚା କରିବ ଜିଏସଟି କାଉଁସିଲ । ଏହାବ୍ୟତିତ ୧ ଜୁଲାଇ ୨୦୨୦ ରୁ ୩୧ ସେପ୍ଟମ୍ବର ୨୦୨୦ ମଧ୍ୟରେ ରିଟର୍ଣ୍ଣ ଦାଖଲ କାରୀଙ୍କ ପାଇଁ ଏହା ଲାଗୁ ହେବ ।
ଜିଏସଟି ପରିଷଦରେ ଜୁଲାଇ ୨୦୧୭ ରୁ ଜାନୁଆରୀ ୨୦୨୦ ର ଅବଧିର ଜିଏସଟିଆର-୩ବି ପାଇଁ ବିଳମ୍ବ ଶୁଳ୍କରେ କମ କରାଯାଇଛି । ଜିଏସଟିଆର-୩ବି କୁ ବିଳମ୍ବରେ ଦାଖଲ କରିବାର ଅଧିକତମ ଶୁଳ୍କ ପାଇଁ ୫୦୦ ଟଙ୍କା ଧାର୍ଯ୍ୟ କରାଯାଇଛି ।