ମୁମ୍ବାଇ (ଏଟିଆର ବ୍ୟୁରୋ):ବଲିଉଡରେ ବିବାହର ଋତୁ ଚାଲିଥିବା ବେଳେ,ଗତକାଲି ଅଭିନେତ୍ରୀ ନେହା ଧୁପିଆ ଲୁଚାଛପାରେ ବନ୍ଧୁ ଅଙ୍ଗଦଙ୍କ ସହ ବିବାହ କରି ତାଙ୍କ ଫ୍ୟାନ୍ସମାନଙ୍କୁ ଉପହାର ଦେଇଥିଲେ । ଏବଂ ବିବାହରର ସମସ୍ତ କାର୍ଯ୍ୟ ସାରି ସେ ଦୁହେଁ ହନିମୁନ୍ ପାଇଁ ଅମେରିକା ବାହାରିଥିଲେ ।
ନେହା ଏବଂ ଅଙ୍ଗଦଙ୍କୁ ଗତକାଲି ରାତିରେ ବିମାନ ବନ୍ଦରରେ ଦେଖିବାକୁ ମିଳିଥିଲା । ପତୀ-ପତ୍ନୀ ଦୁହେଁ କାଜୁଆଲ ଲୁକରେ ଥିଲେ । ନେହା ଏକ ନୀଳ ରଙ୍ଗର ଡ୍ରେସ ଉପରେ କଳା ରଙ୍ଗର ଶ୍ରଗ ସହିତ ହାତରେ ପଞ୍ଜାବି ଚୂଡା ପିନ୍ଧିଥିଲେ । ଏବଂ ଦୁଇଜଣ ଖୁବ୍ ଖୁସି ଥିବାର ଜଣା ପଡୁଥିଲେ ।
ନେହାଙ୍କ କହିବାର ଥିଲା ଯେ, ‘ସେ ତାଙ୍କ ଜୀବନରେ ସବୁଠାରୁ ଭଲ ନିଷ୍ପତି ନେଇଛନ୍ତି । ଏବଂ ବନ୍ଧୁ ଅଙ୍ଗଦଙ୍କ ସହ ବିବାହ କରି ବହୁତ ଖୁସି ଅଛନ୍ତି ।
ସୂଚନାନୁଯାୟୀ, ନେହାଙ୍କ ବିବାହ କଥା ଆଗରୁ ବିଲକୁଲ ଶୁଣିବାକୁ ମିଳିନଥିଲା । ହଠାତ୍ ନେହା ଏବଂ ଅଙ୍ଗଦ ଦୁହେଁ ଲୁଚାଛପାରେ ଗୁରୁଦ୍ୱାରରେ ବିବାହ ବେଳେର ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରିବା ସହ ଦୁହେଁ ଦୁହିଁଙ୍କ ଶୁଭେଚ୍ଛା ଜଣାଇଥିଲେ । ଏହାପରେ ସୋସିଆଲ ମିଡିଆରେ ଚର୍ଚ୍ଚା ଖୁବ୍ ଜୋର ଧରିଥିଲା । ଏବଂ ଧିରେ ଧିରେ ସବୁ କଳାକାର ମାନେ ତାଙ୍କ ଦୁହିଁଙ୍କୁ ବିବାହରର ଶୁଭେଚ୍ଛା ଜଣାଇଥିଲେ ।