ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତ-ଚୀନ ମଧ୍ୟରେ ଚାଲିଥିବା ବିବାଦ ଭିତରେ ଭଉୟ ଦେଶର ସେନା ମୁହାଁମୁହିଁ ହୋଇଛନ୍ତି । ମଙ୍ଗଳବାର ଗଲୱାନ ଘାଟିରେ ଉଭୟ ଦେଶର ସେନାଙ୍କ ମଧ୍ୟରେ ସଂଘର୍ଷ ହେବା ଫଳରେ ୨୦ ଭାରତୀୟ ଯବାନ ସହିଦ ହୋଇଛନ୍ତି । ଦେଶ ପାଇଁ ଯବାନଙ୍କ ଏହି ବଳିଦାନ କୁ ନେଇ ପୁରା ଦେଶ ସମେତ ଫିଲ୍ମ ଇଣ୍ଡଷ୍ଟ୍ରି ବି ଦୁଃଖିତ ହେବା ସହ ସାଲ୍ୟୁଟ କରୁଛି ।
ମହାନାୟକ ଅମିତାଭ ବଚ୍ଚନ ଟ୍ୱିଟ ଯୋଗେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ସେ ଲେଖିଛନ୍ତି, ଜରା ଆଁଖ ମେଁ ଭରଲୋ ପାନି, ଯୋ ସହିଦ ହୁଏ ହୈ ଉନକି, ଜରା ୟାଦ କରୋ କୁର୍ବାନି । ସେମାନେ ଦେଶ ଏବଂ ଆମ ରକ୍ଷା ପାଇଁ ନିଜ ଜୀବନକୁ ବାଜି ଲଗାଇ ଦେଇଛନ୍ତି ।
ସେହିପରି ଅକ୍ଷୟ କୁମାର ବି ଗଲୱାନ ଘାଟିରେ ସହିଦ ହୋଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି । ସେ ଟ୍ୱିଟ କରି ଲେଖିଛନ୍ତି କି, ଗଲୱାନ ଭ୍ୟାଲିରେ ଆମ ବାହାଦୂର ଯବାନଙ୍କ ସହିଦକୁ ନେଇ ବହୁତ ଦୁଃଖିତ । ରାଷ୍ଟ୍ର ପାଇଁ ସେମାନଙ୍କ ଅମୂଲ୍ୟ ସେବା ଲାଗି ଆମେ ସଦା ସର୍ବଦା ଋଣି ହୋଇ ରହିବା । ସହିଦଙ୍କ ପରିବାର ପାଇଁ ସମବେଦନା ଜ୍ଞାପନ କରୁଛି ।
ଅନ୍ୟପଟେ ଅଭିନେତ୍ରୀ ରକୁଲପ୍ରତ ସିଂ, ଅଭିନେତା ବରୁଣ ଧୱନ, ଅଭିନେତ୍ରୀ ୟାମି ଗୌତମୀ ସମେତ ଅନେକ କଳାକାର ବି ଗଲୱାନ ଘାଟିରେ ସହିଦ ହୋଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି ।