ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଗ୍ଲେନମାର୍କ ଫାର୍ମାସ୍ୱୁଟିକଲ୍ସ ପକ୍ଷରୁ କୋଭିଡ୧୯ ଉପଚାର ପାଇଁ ଏକ ଆଣ୍ଟିଭାଇରାଲ ଔଷଧ ଫ୍ୟାବିପିରଭୀରକୁ ଫ୍ୟାବିଫ୍ଲୁ ବ୍ରାଣ୍ଡ ନାମରେ ଭାରତରେ ଲଞ୍ଚ କରାଯାଇଛି । ଏହି ଔଷଧକୁ କୋଭିଡ୧୯ର ପ୍ରାଥମିକ ଲକ୍ଷଣ ଦେଖାଦେଉଥିବା ବ୍ୟକ୍ତି ବ୍ୟବହାର କରି ପାରିବେ ।
ମୁମ୍ବାଇ ସ୍ଥିତ ଫାର୍ମା କମ୍ପାନୀ ଶୁକ୍ରବାର ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ ଡିସିଜିଆଇ ଠାରୁ ଏହି ଔଷଧର ନିର୍ମାଣ ଏବଂ କିଣାବିକା ର ମଞ୍ଜୁର ହାସଲ କରିଛିି । କମ୍ପାନୀ ପକ୍ଷରୁ ଏକ ବୟାନରେ କୁହାଯାଇଛି କି ଫ୍ୟାବିଫ୍ଲୁ କୋଭିଡ୧୯ ଉପଚାର ପାଇଁ ଓରାଲ ଫ୍ୟାବିପିରଭୀର ଆପ୍ରୁଭ୍ଡ ଔଷଧ ।
ଗ୍ଲେନମାର୍କ ର ଚେୟାରମ୍ୟାନ ଏବଂ ମ୍ୟାନେଜିଙ୍ଗ ଡିରେକ୍ଟର ଗ୍ଲେନ ସଲଧାନ କହିଛନ୍ତି କି, ଏହି ମଞ୍ଜୁରୀ ଆମକୁ ସେହି ସମୟରେ ମିଳିଛି ଯେଉଁ ସମୟରେ ଭାରତରେ କରୋନା ଭାଇରସ ସଂକ୍ରମଣର ମାମଲା ଦ୍ରୁତ ଗତିରେ ବଢୁଛି । ଯାହାଫଳରେ ଆମ ହେଲ୍ଥ କେୟାର ସିଷ୍ଟମ ଉପରେ ଅଧିକ ଚାପ ପଡି ଯାଇଛି ।
ଏହାରି ମଧ୍ୟରେ କମ୍ପାନୀ ଆଶା ବ୍ୟକ୍ତି କରିଛି କି ଫ୍ୟାବିଫ୍ଲୁ ଭଳି ପ୍ରଭାବି ଭପଚାରର ଉପଲବ୍ଧତା ଦ୍ୱାରା ଏହି ଚାପ ନିଶ୍ଚିତ ରୂପେ କମ୍ କରିବାରେ ସହାୟକ ମିଳିବ ଏବଂ ଭାରତରେ କରୋନାଳ ରୋଗୀଙ୍କୁ ଅତି ଆବଶ୍ୟକ ଏବଂ ସମସ୍ତ ଅନୁସାରେ ଉପଚାରର ବିକଳ୍ପ ମିଳିଯିବ ।