ମୁମ୍ବାଇ (ଏଟିଆର ବ୍ୟୁରୋ): ‘ୟେ କାଲି କାଲି ଆଖେଁ,ୟେ ଗୋରେ ଗୋରେ ଗାଲ… ନବେ ଦଶକରେ ରିଲିଜ୍ ହୋଇଥିବା ଫିଲ୍ମ ‘ବାଜିଗର’ର ଏହି ଗୀତ ଗାଇ ଇଣ୍ଡଷ୍ଟ୍ରିରେ ଲୋକପିୟତା ହାସଲ କରିଥିବା ସଙ୍ଗୀତକାର ହେଉଛନ୍ତି ଅନୁ ମଲ୍ଲୀକ ।
ସେ ତାଙ୍କର କଣ୍ଠରେ ଅନେକ ସୁନ୍ଦର ସନ୍ଦୁର ଗୀତ ଗାଇ ବଲିଉଡ ଇଣ୍ଡଷ୍ଟ୍ରିରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି । ଏବେ ଅନୁ ମଲ୍ଲୀକଙ୍କ ଦୁଇ ଝିଅ ଅନମୋଲ ଏବଂ ଅଦା ମଲ୍ଲୀକ ନିଜ ପିତାଙ୍କ ନାମ ଉଜ୍ଜ୍ୱଳ କରିବାକୁ ଆଗେଇ ଆସିଛନ୍ତି ।
ଅନୁଙ୍କ ବଡ ଝିଅ ଅନମୋଲ ନିଜର କ୍ୟାରିୟର ସଙ୍ଗୀତରୁ ଆରମ୍ଭ କରିଥିବା ବେଳେ, ସାନ ଝିଅ ଅଦା ଗୋଟେ ଭଲ ଫ୍ୟାସନ ଡିଜାଇନର ହେବେ ବୋଲି ଇଚ୍ଛା ରଖିଛନ୍ତି । ସେ ସର୍ବଦା ନିଜକୁ ସୋସିଆଲ ମିଡିଆରେ ସକ୍ରିୟ ରଖିଥାନ୍ତି ।
ଖବରମୁତାବକ, ଅନମୋଲ ଏକ ଗାୟିକା ଭାବେ ଦୁଇ ବର୍ଷ ପୂର୍ବରୁ ବଲିଉଡରେ ଏଣ୍ଟ୍ରି କରିସାରଛନ୍ତି ।