ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଚୀନ ସହିତ ଚାଲିଥିବା ବିବାଦ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ୧୧ ଟା ବେଳେ ମନ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରିବେ । କୁହାଯାଉଛି କି ଏହି ଅବସରରେ ଚୀନ୍ ସହ ଚାଲିଥିବା ବିବାଦ ଏବଂ ବିରୋଧୀ ଦଳ କଂଗେସ ପକ୍ଷରୁ ଗ୍ରହଣ କରାଯାଇଥିବା ଆକ୍ରମଣାତ୍ମକ ପ୍ରଦର୍ଶନକୁ ନେଇ ଜନତାଙ୍କ ସାମ୍ନାରେ ନିଜର ପକ୍ଷ ରଖି ପାରନ୍ତି ପ୍ରଧାନମନ୍ତ୍ରୀ ।
ରବିବାର ସକାଳ ୧୧ ଟାରେ ମନ କି ବାତ୍ କାର୍ଯ୍ୟକ୍ରମ ହେବାକୁ ନେଇ ପ୍ରଧାନମନ୍ତ୍ରୀ ମୋଦି ନିଜେ ଟ୍ୱିଟ୍ କରି ଜଣାଇଥିଲେ । ରେଡିଓ କାର୍ଯ୍ୟକ୍ରମର ଏହା ୬୬ତମ ସଂସ୍କରଣ । ଏହି ଅବସରରେ ବିଜେପି ପକ୍ଷରୁ ସମସ୍ତ କର୍ମୀଙ୍କୁ ଏହି କାର୍ଯ୍ୟକ୍ରମକୁ ଶୁଣିବା ପାଇଁ କୁହାଯାଇଛି । ଏହାସହିତ ଏହି କାର୍ଯ୍ୟକ୍ରମର କଥାକୁ ଦେଶବାସୀଙ୍କ ପାଖରେ ପହଁଚାଇବା ପାଇଁ ବିଜେପି କର୍ମୀଙ୍କୁ ଦାୟିତ୍ୱ ଦିଆଯାଇଛି ।
Tune in tomorrow at 11 AM! #MannKiBaat pic.twitter.com/18L6NQo6sS
— Narendra Modi (@narendramodi) June 27, 2020