ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଅଳ୍ପକେ ବର୍ତ୍ତିଗଲେ ବଲିଉଡ ଅଭିନେତ୍ରୀ ହେମା ମାଳିନୀ । କାଳବୈଶାଖୀ ତାଣ୍ଡବର ସେ ମଧ୍ୟ ଶିକାର ହୋଇଛନ୍ତି । ବିଜେପି ସାଂସଦ ରହିଥିବା ହେମାମାଳିନୀ ପ୍ରଧାନମନ୍ତ୍ରୀଙ୍କ ସବକା ସାଥ ସବକା ବିକାଶ କାର୍ଯ୍ୟକ୍ରମରେ ଯୋଗ ଦେବା ଲାଗି ମଥୁରା ଯାଇଥିଲେ । ଏହି ସମୟରେ ଘଟିଛି ଏହି ଅଘଟଣ । କାର୍ଯ୍ୟକ୍ରମ ସାରି ଫେରୁଥିବା ବେଳେ ଅଚାନକ ତାଣ୍ଡବ ରଚିଥିଲା କାଳବୈଶାଖୀ ।
ହଠାତ ଏକ ଗଛ ହେମାମାଳିନୀଙ୍କ ଗାଡି ଆଗରେ ପଡିଥିଲା । ସବୁଠୁ ବଡ଼କଥା ହେଉଛି ଗାଡିରୁ ଗଛର ଦୂରତା ଖୁବ କମ ରହିଥିଲା । ଯଦି ଗାଡିର ସ୍ପିଡ ଆଉ ଟିକେ ଅଧିକା ରହିଥାନ୍ତା ତେବେ ନିହାତି ଭାବେ ଏକ ବଡ଼ ଦୁର୍ଘଟଣା ଘଟିବାର ଆଶଙ୍କା ରହିଥିଲା । ତେବେ ପାଗ ଖରାପ ଯୋଗୁ ହେମାଙ୍କ ଡ୍ରାଇଭର ଅତି ସର୍ତକତାର ସହ ଗାଡି ଚଳାଉଥିବାରୁ ଅଳ୍ପକେ ଏକ ବଡ଼ ଦୁର୍ଘଟଣାରୁ ରକ୍ଷା ପାଇଯାଇଛନ୍ତି ହେମା । ତେବେ ଏହି ଘଟଣା ପରେ ସାଂସଦଙ୍କ ସୁରକ୍ଷା କର୍ମୀ ଓ କାର୍ଯ୍ୟକର୍ତ୍ତାମାନେ ଆସି ଗଛକୁ ହଟାଇବା ପରେ ହେମା ମାଳିନୀଙ୍କ ଗାଡି ଆଗକୁ ବଢ଼ିଥିଲା । ତେବେ ଏହାରି ଭିତରେ ପାଖାପାଖି ଅଧଘଣ୍ଟା କାଳ ରାସ୍ତାରେ ଛିଡା ହୋଇ ରହିଥିଲେ ହେମାମାଳିନୀ ।