କଟକ(ଏଟିଅରେ ବ୍ୟୁରୋ): କଟକ ରାଣୀହାଟ ମାଳିସାହିକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି ସିଏମସି । କଟକ ସହରରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ତେବେ ଏହାରି ଭିତରେ ରାଣୀହାଟ ମାଲି ସାହିରୁ ମୋଟ ୧୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ସଂକ୍ରମଣକୁ ରୋକିବା ପାଇଁ ସିଏମସି ପକ୍ଷରୁ ଏଭଲି ନିଷ୍ପତି ନିଆଯାଇଥିବା ଜଣାପଡିଛି । ଚମ୍ପାଦେଇ ମନ୍ଦିରଠୁ ମାଳିସାହି ଯାଏଁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । କଣ୍ଟେନମେଣ୍ଟ ଜୋନ୍ରେ ଗାଡ଼ି ଆତଯାତ ମନା କରାଯାଇଥିବା ବେଳେ ଘରୁ କେହି ବାହାରିବେନି ବୋଲି ନିର୍ଦ୍ଦେଶ ଦିଆଯାଇଛି ।
ସୂଚନାଯୋଗ୍ୟ, ନ ଆଜି କଟକରୁ ୧୩ ଜଣ ପଜେଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଏବେ କଟକ ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୦୨କୁ ବୃଦ୍ଧି ପାଇଛି । ତେବେ ରାଜ୍ୟରୁ ବର୍ତ୍ତମାନ ସୁଦ୍ଧା ମୋଟ ୮ ହଜାର ୬୦୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୫ ହଜାର ୭୦୫ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨ ହଜାର ୮୫୩ଟି ସକ୍ରିୟ କେସ୍ ରହିଛି ।