କଟକ(ଏଟିଆର ବ୍ୟୁରୋ): ଆସନ୍ତା କାଲିଠୁ ୮ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ହାଇକୋର୍ଟ । ଏହା ସହ ଏହାର ସମସ୍ତ କାର୍ଯ୍ୟାଳୟ । ସିଏମସି ପକ୍ଷରୁ ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ କଟକକୁ ଶଟଡାଉନ ଘୋଷଣା କରାଯାଇଛି । ତେବେ ହାଇକୋର୍ଟକୁ ମଧ୍ୟ ବନ୍ଦ ରଖିବାକୁ ନିଷ୍ପତି ନିଆଯାଇଛି । ଏନେଇ ହାଇକୋର୍ଟ ରେଜିଷ୍ଟ୍ରାରଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି । ତେବେ ଏହାରି ଭିତରେ ହେବାକୁ ଥିବା ସମସ୍ତ ଶୁଣାଣୀକୁ ସ୍ଥଗିତ ରଖାଯିବ । ଆସନ୍ତା କାଲି ହେବାକୁ ଥିବା ବେଞ୍ଚ ଶୁଣାଣି ୯ ତାରିଖରେ ହେବ ।
ସୂଚନାଯୋଗ୍ୟ କଟକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରୁ ଏହାକୁ ୮ ତାରିଖ ମଧ୍ୟରାତ୍ର ୧୨ଟା ପର୍ଯ୍ୟନ୍ତ ଶଟଡାଉନ ରଖିବା ପାଇଁ ସିଏମସି ପକ୍ଷରୁ ନିଷ୍ପତି ନିଆଯାଇଛି । ତେବେ ଶଟଡାଉନ ସମୟରେ ସକାଳ ୫ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ଜିନିଷ କିଣିବା ପାଇଁ ଦୋକାନ ଖୋଲା ରହିବ ବୋଲି ଅନୁମତି ଦିଆଯାଇଛି । ହେଲେ ଜିନିଷ କିଣିବା ସମୟରେ ସାମାଜିକ ଦୂରତା ରକ୍ଷା କରିବା ଓ ମାସ୍କ ପିନ୍ଧିବା ଜରୁରୀ ବୋଲି ସିଏମସି ପକ୍ଷରୁ କୁହାଯାଇଛି ।