ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଚିନ୍ତା ବଢାଉଛି କରୋନ । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ଅଜିଠୁ ଆରମ୍ଭ ହେବ ପ୍ଲାଜମା ଥେରାପି । ଏହି ଥେରାପି ଭୁବନେଶ୍ୱରର କିମ୍ସ, ସମ୍ ଏବଂ କଟକର ଅଶ୍ୱିନୀ କୋଭିଡ ହସ୍ପିଟାଲରେ ଆରମ୍ଭ ହେବ । ଏହି ପ୍ଲାଜାମା ଥେରାପିର ନୋଡାଲ ସେଣ୍ଟର ଭାବେ କଟକ ଏସସିବି ମେଡିକାଲ କଲେଜ କାର୍ଯ୍ୟ କରିବ ।
ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୭ ହଜାର କରୋନା ଟେଷ୍ଟ କରାଯାଉଛି ଆଗାମୀ ସପ୍ତାହ ମଧ୍ୟରେ ଏହି ଟେଷ୍ଟକୁ ୯ ହଜାରକୁ ବୃଦ୍ଧି ପରାଯିବ । ଲୋକଙ୍କ ସୁବିଧା ପାଇଁ ଘରୋଇ ଚିକିତ୍ସାଳୟକୁ ମଧ୍ୟ ଅନୁମତି ଦିଆଯିବ । କରୋନା ରୋଗୀଙ୍କ ସୁବିଧା ଏବଂ ନିରାପତି ଉପରେ ବିଶେଷ ଗୁରୁତ୍ୱ ଦିଆଯିବ । ଏନେଇ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ବୈଠକରେ ଏଭଳି ନିଷ୍ପତି ନିଆଯାଇଛି ।