ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଫେସବୁକ ସେୟାର କଲା ସ୍କ୍ରିନ ସେୟାରିଙ୍ଗ ଫିଚର । ଜୁମ୍ ଆପରେ ସ୍କ୍ରିନ୍ ସେୟାର ହୋଇପାରୁଥିଲା ତେଣୁ ଜୁମ୍ ଭଳି ଏବେ ଫେସବୁକ୍ ଦେବ ଜୁମକୁ ଟକ୍କର । ଏହାକୁ ମୋବାଇଲ ଓ ଡେକ୍ସଟପ ପାଇଁ ନିର୍ମାଣ କରାଯାଇଛି । ଫେସବୁକ ଏବେ ଭିଡିଓ କଲିଂଗ ପ୍ଲାଟଫର୍ମ ଦେବାପାଇଂ ନୂଆ ଫିଚର ଆଣିବାକୁ ଯାଉଛି । ବର୍ତ୍ତମାନ ଫେସବୁକର ମେସେଞ୍ଜରରେ ଏହିପରି ଏକ ନୂଆ ଫିଚର ଆଡ୍ କରାଯାଇଛି ଯାହାକି ଜୁମ୍ ଭିଡିଓ କଲ୍ ଫିଚର ସହିତ ମିସୁଛି ।
ମେସେଞ୍ଜରରେ ଏବେ ଭିଡିଓ କଲିଂଗ୍ ସମୟରେ ଆପଣ ସ୍କ୍ରିନ୍ ସେୟାର କରିପାରିବେ । ଏହି ଫିଚରକୁ ଆଣ୍ଡ୍ରଏଡ୍ ଓ ଆଇଓଏସର ମେସେଞ୍ଜର ଆପରେ ଦିଆଯିବ । ଗ୍ରୁପ ଭିଡିଓ କଲ ହେଉ କିମ୍ବା ଇଣ୍ଡିଭିଜୁଆଲ କଲ ସମୟରେ ସ୍କ୍ରିନ୍ ସେୟାର କରିହେବ ।
କରୋନା ଭାଇରସ ଆସିବା ପରେ ଓ ଲକଡାଉନ ହେବା ପରେ ଭିଡିଓ କଲର ଚାହିଦା ଅଧିକରୁ ଅଧିକ ବଢିବାରେ ଲାଗିଛି । ସେଥିପାଇଁ ଖାସକରି ଫେସବୁକ ମଧ୍ୟ ଗ୍ରୁପ ଭିଡିଓ କଲିଂଗ କରିବାର ଫିଚର ବାହାର କରିଥିଲା । ଏକା ସହ ୮ରୁ ୧୬ ଜଣ ଭିଡିଓ କଲ୍ କରି ସ୍କ୍ରିନ୍ ସେୟାର କରିପାରିବେ ।
ଫେସବୁକ ମେସେଞ୍ଜରର ଖାସ୍ କଥା ହେଉଛି ଭିଡିଓ କଲ୍ କରି ଆପଣ ନିଜ ସ୍ମାର୍ଟଫୋନର ସ୍କ୍ରିନ୍ ଦେଖାଇ ପାରିବେ । ଆପଣ ନିଜ ଫୋନରେ କୌଣସି ଭିଡିଓ ଦେଖୁଥିବା ସମୟରେ ମଧ୍ୟ ଆପଣ ସ୍କ୍ରିନ ସେୟାରିଙ୍ଗ ମାଧ୍ୟମରେ ଗ୍ରୁପ କଲିଂଗ କରିପାରିବେ ଓ ସ୍କ୍ରିନ୍ ସେୟାର କରିପାରିବେ ।