ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ରାଜଧାନୀରୁ ପୁଣି ଠାବ ହେଲା ସେକ୍ସ ରାକେଟ । ସହିଦନଗର ଥାନା ଅନ୍ତର୍ଗତ ଗଜପତୀ ନଗରରେ ଥିବା ଏକ ଘରେ ଚଢ଼ାଉ କରି ପୁଲିସ ୩ଜଣ ଦେହଜୀବୀଙ୍କୁ ଉଦ୍ଧାର କରିବା ସହ ୩ଜଣ ଗ୍ରାହକଙ୍କୁ ଅଟକ ରଖିଛି ।
ମିଳିଥିବା ରିପୋର୍ଟ ଅନୁସାରେ, ଢ଼େରଦିନ ହେବ ସ୍ଥାନୀୟ ଅଞ୍ଚଳରେ ଏହି କାରବାର ଚାଲିଥିବା ନେଇ ଅଭିଯୋଗ ହୋଇଥିଲା । ପୁଲିସ ଅଚାନକ ସେଠାରେ ଆଜି ଚଢ଼ାଉ କରିଥିଲା । ଘଟଣାସ୍ଥଳରୁ ପୁଲିସ ବହୁ ଆପତ୍ତି ଜନକ ସାମଗ୍ରୀ ଜବତ କରିଥିବା ଜଣାପଡିଛି । ଉଦ୍ଧାର ସମସ୍ତ ଯୁବତୀ ବାହାର ରାଜ୍ୟର ବୋଲି ସୂଚନା ମିଳିଛି ।