ମୁମ୍ବାଇ ( ଏଟିଆର ବ୍ୟୁରୋ): ପ୍ରବାସୀ ଓ ଦୁଃଖୀଙ୍କ ବନ୍ଧୁ ବଲିଉଡ ଅଭିନେତା ସୋନୁ ସୁଦ ଏବେ ପୁଣି ଚର୍ଚ୍ଚାରେ । ପ୍ରବାସୀ ମାନଙ୍କୁ କରୋନା ଲକଡାଉନରେ ଘରକୁ ଫେରାଇ ସମସ୍ତ ହୃଦୟ ଜିତିଥିବା ସୋନୁ ଏବେ ପୁଣି ଏକ ନୂଆ ଜନମଙ୍ଗଳ କାର୍ଯ୍ୟ ପାଇଁ ଚର୍ଚ୍ଚାକୁ ଆସିଛନ୍ତି । ଏଇ ନିକଟରେ କରୋନା ସମୟରେ ବଳଦ ମିଳୁନଥିବାରୁ ନିଜେ ହଳ ଲଙ୍ଗଳ ଧରି ୨ ଝିଅ ହଳ କରୁଥିବାର ଦୃଶ୍ୟ ବିଭିନ୍ନ ଆଞ୍ଚଳିକ ଓ ଜାତୀୟ ଗଣମାଧ୍ୟରେ ଶୀର୍ଷକ ପାଲଟିଥିଲା ।
ଯେଉଁଥିରେ ଦୁଇ ଝିଅ ହଲ ଲଙ୍ଗଳ ଧରିଥିବା ବେଳେ ବାପା ମଙ୍ଗ ଧରି ହଳ କରୁଥିଲେ । ଦୁଇ ଝିଅଙ୍କ ଏହଭଳି କାର୍ଯ୍ୟକୁ ସବୁ ମହଲରୁ ପ୍ରଶଂସା ମଧ୍ୟ ମିଳିଥିଲା । ତେବେ ଏହି ଦୃଶ୍ୟ ଦେଖିବା ପରେ ଏବେ ସେମାନଙ୍କୁ ସାହାର୍ଯ୍ୟର ହାତ ବଢାଇଛନ୍ତି ବଲିଉଡ ଅଭିନେତା ସୋନୁ ସୁଦ । ସେମାନଙ୍କୁ ଏକ ଟ୍ରାକ୍ଟର ଦେବାକୁ ସୋନୁ ଉକ୍ତ ଟ୍ୱିଟରେ ରି ଟ୍ୱିଟ କରି ସୋନୁ ଲେଖିଥିଲେ ।
This family doesn’t deserve a pair of ox 🐂..
They deserve a Tractor.
So sending you one.
By evening a tractor will be ploughing your fields 🙏
Stay blessed ❣️🇮🇳 @Karan_Gilhotra #sonalikatractors https://t.co/oWAbJIB1jD— sonu sood (@SonuSood) July 26, 2020
ଆନ୍ଧ୍ରପ୍ରଦେଶର ଚିତାରୋ ଜିଲ୍ଲାର ନାଗେଶ୍ୱର ରାୟଙ୍କ ଦୁଇଝିଅ ନିଜେ ଲଙ୍ଗଳ ଟାଣି ହଳ କରୁଥିଲେ । ଏହି ଅବସରରେ ସୋନୁ ରିଟ୍ୱିଟ କରି ଲେଖିଛନ୍ତି ଏହି ପରିବାର ବଳଦ ଧରି ହଳ କରିବାକୁ ଯୋଗ୍ୟ ନୁହଁନ୍ତି ଏମାନେ ଟ୍ରାକ୍ଟର ପାଇବାକୁ ଯୋଗ୍ୟ । ତେଣୁ ମୁଁ ତୁମକୁ ଏକ ଟ୍ରାକ୍ଟର ପଠାଉଛି ବୋଲି ସୋନୁ ସୋନୁ ଲେଖିଥିଲେ । ଏବେ ସୋନୁ ଉକ୍ତ ପରିବାରକୁ ଏକ ଟ୍ରାକ୍ଟର ଦେଇଛନ୍ତି ।
ସୂଚନାଯୋଗ୍ୟ ନାଗେଶ୍ୱର ହେଉଛନ୍ତି ଜଣେ କ୍ଷୁଦ୍ର ବ୍ୟବସାୟୀ । ସେ ଛୋଟିଆ ଚା ଦୋକାନ ଟିଏ କରି ପରିବାର ପ୍ରତିପୋଷଣ କରିଥାନ୍ତି । ଲକ ଡାଉନ ଚାଲିବାରୁ ଏବେ ବ୍ୟବସାୟ ବନ୍ଦ ରହିଛି । ପାଖରେ ଟଙ୍କା ନାହିଁ ବଳଦ ଆଣି ହଳ କରିବାକୁ ତେଣୁ ୨ ଝିଅଙ୍କ ସହାୟତାରେ ସେ ହଳ କରି ଚାଷ କରୁଛନ୍ତି ।