ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସାଇବର ସୁରକ୍ଷାକୁ ଧ୍ୟାନରେ ରଖି ଚୀନ୍ ର ୫୯ ଆପ୍ସ ବ୍ୟାନ କରିବା ପରେ ଏବେ ଭାରତ ସରକାର ଆଉ ଏକ ବଡ ନିଷ୍ପ୍ ନେବାକୁ ଯାଉଛନ୍ତି । ସରକାରୀ ସୂତ୍ରରୁ ମିଳିଥିବା ସୂଚନାଅନୁସାରେ , ଏବେ ସରକାର ପୁଣି ଆଉ କିଛି ଚୀନ୍ ଆପ୍ସ ବ୍ୟାନ୍ କରିବାକୁ ଯାଉଛନ୍ତି । ପାଖାପାଖି ୨୭୫ ଆପ୍ସ ବ୍ୟାନ ହେବା ନେଇ ଅନୁମାନ କରାଯାଉଛି । ଏବେ ସମସ୍ତ ଆପ୍ କୁ ରିଭ୍ୟୁ କରୁଛନ୍ତି ସରକାର । କାରଣ ଏହି ଆପ୍ସ ଦ୍ୱାରା ଜାତୀୟ ସୁରକ୍ଷା ଏବଂ ୟୁଜର୍ସଙ୍କ ଗୋପନୀୟତାକୁ ନେଇ କୌଣସି ପ୍ରକାରର ବିପଦ ନାହିଁ ତ ।
କମ୍ପାନୀର ରଡାରରେ ସର୍ବ ପ୍ରଥମେ ସେହି ସବୁ ଆପ୍ସ ରହିଛି, ଯାହାର ସର୍ଭର ଚୀନ୍ ରେ ରହିଛି । ସର୍ବପ୍ରଥମେ ସେହି ଆପ୍ସ ଗୁଡିକୁ ବ୍ୟାନ୍ କରାଯିବ । ଏଥିରେ ଗେମିଙ୍ଗ ଆପ୍ ପବଜି ସମେତ ସାଓମିର ଜିଲି ଆପ୍, ଅଲ୍ଲିଏକ୍ସପ୍ରେସ ଆପ୍, ରେସୋ ଆପ୍ ଏବଂ ୟୁ ଲାଇକ ଆପ୍ ବି ସାମିଲ ଅଛି ।