ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଆଜି ଫ୍ରାନ୍ସରୁ ଆସି ଭାରତରେ ପହଞ୍ଚିଛି ୫ ରାଫେଲ । ଏହି ୫ ଟି ରାଫେଲ ବିମାନ ଆଜି ହରିୟାଣାର ଅମ୍ବାଲା ବେସରେ ଅବତରଣ କରିଛି । ଏହି ଅବସରରେ ଆଜି ପ୍ରଧାନମନ୍ତ୍ରୀ ୫ ରାଫେଲ ବିମାନକୁ ଭାରତକୁ ସ୍ୱାଗତ କରିଛନ୍ତି । ପ୍ରଧାନମନ୍ତ୍ରୀ ଏକ ସଂସ୍କୃତ ଶ୍ଲୋକ ଲେଖି ରାଫେଲକୁ ସ୍ୱାଗତ କରିଛନ୍ତି । ଏନେଇ ପ୍ରଧାନମନ୍ତ୍ରୀ ଏକ ଟ୍ୱିଟ ମଧ୍ୟ କରିଛନ୍ତି । ଯେଉଁଥିରେ ରାଫେଲ ଅବତରଣ କରୁଥିବାର ଏକ ଭିଡିଓ ପୋଷ୍ଟ କରିଛନ୍ତି ।
राष्ट्ररक्षासमं पुण्यं,
राष्ट्ररक्षासमं व्रतम्,
राष्ट्ररक्षासमं यज्ञो,
दृष्टो नैव च नैव च।।
नभः स्पृशं दीप्तम्…
स्वागतम्! #RafaleInIndia pic.twitter.com/lSrNoJYqZO— Narendra Modi (@narendramodi) July 29, 2020
ସୂଚନାଯୋଗ୍ୟ ଆଜି ଏହି ୫ ଯୁଦ୍ଧ ବିମାନ ଭାରତ ବାୟୁସୀମାରେ ପହଞ୍ଚିବା ପରେ ସେଠାରୁ ଦୁଇଟି ସୁଖୋଇ ବିମାନ ତାଙ୍କୁ ପ୍ରୋଟକଲ ସହ ଆଣିଥିଲେ । ସେହିଭଳି ନୌସେନା ପକ୍ଷରୁ ମଧ୍ୟ ରାଫେଲକୁ ସ୍ୱତନ୍ତ୍ର ଅଡିଓ ବାର୍ତ୍ତା ଦେଇ ସ୍ୱାଗତ କରାଯାଇଥିଲା ।
ସେହିଭଳି ଗୃହମନ୍ତ୍ରୀ ଅମିତ ଶାହା ଓ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଟ୍ୱିଟ କରି ରାଫେଲକୁ ଦେଶକୁ ସ୍ୱାଗତ କରିଛନ୍ତି । ରାଜନାଥ ସିଂହ ଟ୍ଵିଟ୍ କରି କହିଛନ୍ତି ଭାରତୀୟ ବାୟୁସେନାକୁ ମୋର ଅଭିନନ୍ଦନ। ମୁଁ ବହୁତ ପ୍ରସନ୍ନ ଯେ ଭାରତୀୟ ବାୟୁସେନାର ଯୁଦ୍ଧ କ୍ଷମତା ସମୟନୁସାରେ ବଢି ଚାଲିଛି।