ମଧ୍ୟପ୍ରଦେଶ(ଏଟିଆର ବ୍ୟୁରୋ): ମଧ୍ୟପ୍ରଦେଶ ବୋର୍ଡ (ଏମପିବିଏସଇ)ପକ୍ଷରୁ ଦଶମ ଏବଂ ଯୁକ୍ତ ଦୁଇ ପରୀକ୍ଷା ଫଳ ଗତ ମେ’ ୧୪ରେ ପ୍ରକାଶ ପାଇଥିଲା । ପରିଷଦ ପକ୍ଷରୁ ରାଜ୍ୟର ମୁଖ୍ୟ ମନ୍ତ୍ରୀ ଶିବରାଜ ସିଂ ଚୌହାନ ପରୀକ୍ଷା ଫଳାଫଳ ଘୋଷଣା କରିଥିଲେ । ଏଥିରେ ରାଜ୍ୟରେ ଅନେକ ଛାତ୍ରଛତ୍ରୀ ଏହି ପରୀକ୍ଷାରେ ନିରାଶ ହୋଇଥିଲେ ।
କିନ୍ତୁ ନିକଟରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଆଜ୍ଞା ହଁ ମଧ୍ୟପ୍ରଦେଶର ,ସରଶ୍ୱତୀ ଶିଶୁ ମନ୍ଦିରରେ ୧୦ମ ଶ୍ରେଣୀ ପରୀକ୍ଷା ଦେଇଥିଲେ ଛାତ୍ର ଆଶୁ ବ୍ୟାସ । ସେ ଛଅଟି ବିଷୟରୁ ଚାରୋଟି ବିଷୟରେ ଫେଲ ହୋଇ ଯାଇଥିଲେ । ପୁଅର ଏହି ଫଳ ଶୁଣିବା ପରେ ପିତା ରାଗିବା ବଦଳରେ ଖୁସି ମନାଇଥିଲେ ।
ଏହାର କାରଣ ହେଉଛି ପୁଅ ପରୀକ୍ଷା ଫଳରେ ନିରାଶ ହୋଇ ଆତ୍ମହତ୍ୟା ନକରୁ । ସେଥିପାଇଁ ପିତା ଖୁସି ହୋଇ ଉତ୍ସବ ପାଳିଥିଲେ । ତାପରେ ପୁଅ ବ୍ୟାସ କହିଥିଲେ ଯେ, ମୁଁ ଆଗାମୀ ବର୍ଷ ୧୦ମ ଶ୍ରେଣୀରେ ଉତୀର୍ଣ୍ଣ ହୋଇ ଦେଖାଇବି ।