ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ରାଜ୍ୟରେ ଏବେ ନିଅଣ୍ଟିଆ ବର୍ଷା ପାଇଁ ଫସଲ ଉଜୁଡିବାକୁ ବସିଲାଣି । ବର୍ଷାକୁ ଏବେ ଚାଷୀ ଚାତକ ଭଳି ଅନାଇଛି । ଗତ ମାସରେ ବର୍ଷାର ପରିମାଣ କମ ରହିଥିବା ବେଳେ ଗତ ରାକ୍ଷୀ ପୂର୍ଣ୍ଣିମା ପରଠାରୁ ଗୋଟେ ପ୍ରକାର ବର୍ଷା ହେବା ଆରମ୍ଭ ହୋଇଛି ।
ତେବେ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୧୦ ରୁ ଅଧିକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା କରାଯାଇଛି ।
ଏନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଏହି ସବୁ ଜିଲ୍ଲା ଗୁଡିକ ମଧ୍ୟରେ ରହିଛନ୍ତି କୋରାପୁଟ, ମାଲକାନ ଗିରି, ନବରଙ୍ଗପୁର, କଳାହାଣ୍ଡି, ଗଜପତି, ଗଞ୍ଜାମ, ରାୟଗଡା, ବଲାଙ୍ଗୀର, ବରଗଡ, ଅନୁଗୁଳ , ନୂଆପଡା ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି ।
ବିଶେଷ କରି ଆସନ୍ତା ୧୦ ଓ ୧୧ ତାରିଖ ପାଇଁ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ଗଜପତି, ରାୟଗଡା, ବଲାଙ୍ଗୀର ଆଦି ଜିଲ୍ଲାପାଇଁ ୟେଲୋୱାର୍ଣ୍ଣି ଜାରି କରାଯାଇଛି ।