ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ଭାବେ ୪ ର୍ଥ ଥର ପାଇଁ ଶପଥ ନେଲେ ମହିନ୍ଦା ରାଜପକ୍ଷେ । ରାଜପକ୍ଷେ ହେଉଛନ୍ତି ଶ୍ରୀଲଙ୍କାର ରାଜନୈତିକ ଦଳ ପିପିପି ଦଳର ନେତା । ଏହି ଅବସରରେ ଆଜି କେଲାନିଆ ବୁଦ୍ଧ ବନ୍ଦିରରେ ଆଜି ପଦ ଓ ଗୋପନୀୟତାର ଶପଥ ପାଠ କରିଛନ୍ତି ମହିନ୍ଦା ରାଜପକ୍ଷେ ।
ସୂଚନାଯୋଗ୍ୟ ଗତ ଅଗଷ୍ଟ ୫ ତାରିଖରେ ହୋଇଥିବା ସାଧାରଣ ନିର୍ବାଚନରେ ମହିନ୍ଦାଙ୍କ ପାର୍ଟି ସଂସଦର ୨୨୫ ଟି ଆସନରୁ ୧୪୫ ଟି ଆସନ ପାଇ ସରକାର ଗଢିବାକୁ ସକ୍ଷମ ହୋଇଛି । ତେବେ ମହିନ୍ଦାଙ୍କ ମନ୍ତ୍ରୀ ମଣ୍ଡଳ ଆଜି ଶପଥ ଗ୍ରହଣ କରିନାହିଁ ।
ଆଗାମୀ ଦିନରେ ଏଥିପାଇଁ ଦିନ ଧାର୍ଯ୍ୟ କରାଯାଇ ଶପଥ ପାଠ ହେବ । ସେପଟେ ଆଜି ହୋଇଥିବା ପ୍ରଧାନମନ୍ତ୍ରୀଙ୍କ ଶପଥ ପାଠ ଉତ୍ସବରେ ବହୁ ବରିଷ୍ଠ ରାଜନେତାଙ୍କ ସମେତ ବିରୋଧୀ ଦଳର ନେତାମାନେ ମଧ୍ୟ ଉପସ୍ଥିତ ଥିଲେ ।