ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଏମ୍ସରେ ଚାଲୁଥିବା କରୋନା ଭ୍ୟାକ୍ସିନ ପରୀକ୍ଷଣର ପ୍ରଥମ ପର୍ଯ୍ୟାୟ ସମାପ୍ତ ହୋଇଛି । ପରୀକ୍ଷଣର ଗତି ଧୀମା ହେବା ଯୋଗୁଁ ୧୦୦ ବଦଳରେ ୧୬ ଭଲ୍ୟୁଣ୍ଟିୟରଙ୍କ ଠାରେ ଭ୍ୟାକ୍ସିନ ପରୀକ୍ଷା କରାଯାଇଛି । ଏହି ପର୍ଯ୍ୟାୟରେ କୌଣସି ଭଲ୍ୟୁଣ୍ଟିୟରରେ ଭ୍ୟାକ୍ସିନର ଦୁଷ୍ପପ୍ରଭାବ ସ୍ପଷ୍ଟିକରଣ ହୋଇନାହିଁ ସେଥିପାଇଁ ଏହି ଲୋକଙ୍କୁ ନେଇ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ କରାଯିବ ।
ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ (ଆଇସିଏମଆର) ଏବଂ ଭାରତ ବାୟୋଟିକର କୋଭିଡ୧୯ ଭ୍ୟାକ୍ସିନ ଉପରେ ପରୀକ୍ଷଣ ପାଇଁ ପ୍ରଥମ ପର୍ଯ୍ୟାୟ ରେ ଏମ୍ସରେ କେବଳ ୧୬ ଭଲ୍ୟୁଣ୍ଟିୟରକୁ ଭ୍ୟାକ୍ସିନ ଦିଆଯାଇଛି । କିନ୍ତୁ ଏହି ପର୍ଯ୍ୟାୟରେ ୧୦୦ ଜଣଙ୍କ ଉପରେ ପରୀକ୍ଷଣ ହେବାର ଥିଲା ।
ଭାରତରେ ଭ୍ୟାକ୍ସିନର ପ୍ରଥମ ପର୍ଯ୍ୟାୟ ପରୀକ୍ଷଣରେ ମୋଟ ୩୭୬ ଲୋକଙ୍କ ଉପରେ ପରୀକ୍ଷଣ ହେବାର ଥିଲା । ସେଥିମଧ୍ୟରୁ ୧୦୦ ଜଣଙ୍କ ପରୀକ୍ଷଣ ଏମ୍ସରେ କରିବାର ଥିଲା । ଏମ୍ସରେ ଏହି ପରୀକ୍ଷଣ ପାଇଁ ଏକ ସମିତି ଗଠନ କରାଯାଇଛି ।
ପରୀକ୍ଷଣ ବହୁତ ଶୀଘ୍ର କରିବା ପାଇଁ ପ୍ରାଇଭେଟ ଲ୍ୟାବଗୁ ଯାଞ୍ଚ ପାଇଁ ଦିଆଯାଇଛି । ହସ୍ପିଟାଲ ମୁତାବକ, ଅନ୍ୟ ରାଜ୍ୟର ମେଡିକାଲ କଲେଜରେ ଟ୍ରାୟଲର ଲକ୍ଷ୍ୟ ପୁରଣ କରାଯାଇଛି । ସେଥିପାଇଁ ଏମ୍ସରେ ପ୍ରଥମ ପର୍ଯ୍ୟାୟରେ କମ ଲୋକଙ୍କୁ ସାମିଲ କରାଯାଇଛି ।