ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନା ଭ୍ୟାକ୍ସିନକୁ ନେଇ ଋଷରୁ ଏକ ବଡ ଖବର ସାମ୍ନାକୁ ଆସିଛି । ଋଷର କହିବାନୁଯାୟୀ ପ୍ରଥମ ଭ୍ୟାକ୍ସିନ ପ୍ରସ୍ତୁତ କରାଯାଇଛି ଏବଂ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଝିଅଙ୍କ ଦେହରେ ଟୀକା ବ୍ୟବହାର କରାଯାଇଛି । ଏହାସହିତ ରାଷ୍ଟ୍ରପତି ନିଜେ ଘୋଷଣା କରିଛନ୍ତି କି ଏହା ବିଶ୍ୱର ପ୍ରଥମ ସଫଳ ଭ୍ୟାକ୍ସିନ ଏବଂ ଋଷ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏହାକୁ ମଞ୍ଜୁର ଦେଇସାରିଛି ।
ଏହି ଭ୍ୟାକ୍ସିନକୁ ମସ୍କୋର ଗାମେଲ୍ୟା ଇଂଷ୍ଟିଚ୍ୟୁଟ ପକ୍ଷରୁ ପ୍ରସ୍ତୁତ କରାଯାଇଛି । ମଙ୍ଗଳବାର ଋଷର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ gam-covid-vac lyo ଭ୍ୟାକ୍ସିନକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ଏହାସହିତ ପୁଟିନ୍ ଦାବି କରିଛନ୍ତି କି ବହୁତ ଶୀଘ୍ର ଭ୍ୟାକ୍ସିନର ପ୍ରଡକ୍ସନ ଆରମ୍ଭ କରାଯିବ ଏବଂ ବହୁଳ ମାତ୍ରାରେ ଡୋଜ୍ ତିଆରି କରାଯିବ ।
ପୁଟିନ୍ କହିଛନ୍ତି କି, ତାଙ୍କ ଝିଅ କରୋନା ସଂକ୍ରମିତ ହୋଇଥିଲେ ଏବଂ ତାଙ୍କୁ ଏହି ନୂତନ ଭ୍ୟାକ୍ସିନ ଦିଆଯାଇଛି । ଭ୍ୟାକ୍ସନ ଦେବାର କିଛି ସମୟ ପରେ ତାପମାତ୍ରା ବଢିଥିଲା କିନ୍ତୁ ଏବେ ସେ ପୂର୍ବ ଅପେକ୍ଷା ସୁସ୍ଥ ଅଛନ୍ତି ।