ଗୁଜୁରାଟ ( ଏଟିଆର ବ୍ୟୁରୋ): ୨୨ ମାସ ଧରି ସ୍ତ୍ରୀ ସ୍ୱାମୀ ସହ ସମ୍ପର୍କ ରଖିଲା ନି ବୋଲି ସ୍ୱାମୀ କଲା ଆତ୍ମହତ୍ୟା । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଗଜୁରାଟର ଅହମ୍ମଦାବାଦ ଜିଲ୍ଲାରେ । ସୂଚନା ଅନୁସାରେ ଏହି ଘଟଣା ଅହମ୍ମଦାବାଦର ସରସପୁରର । ଏହି ଘଟଣା ଗତ ଜୁଲାଇ ୨୭ ରେ ଘଟିଛି । ମୃତ ସ୍ୱାମୀଙ୍କ ନାମ ସୁରେନ୍ଦ୍ର ସିଂ ।
ପୁରା ଘଟଣା ହେଲା ଏମିତି । ମୃତ ସ୍ୱାମୀ ସୁରେନ୍ଦ୍ର ୨୦୧୮ ମସିହାରେ ଗୀତାଙ୍କୁ ବିବାହ କରିଥିଲେ । ଗୀତା ହେଉଛନ୍ତି ସୁରେନ୍ଦ୍ରଙ୍କ ଦ୍ୱିତୀୟ ପତ୍ନୀ । ୨୦୧୬ ମସିହାରେ ସୁରେନ୍ଦ୍ର ତାଙ୍କ ପ୍ରଥମ ସ୍ତ୍ରୀଙ୍କୁ ଛାଡପତ୍ର କରିଥିଲେ । ତେବେ ସୁରେନ୍ଦ୍ରଙ୍କ ଦ୍ୱିତୀୟ ସ୍ତ୍ରୀ ପୂର୍ବରୁ ୨ ଜଣ ସ୍ୱାମୀଙ୍କୁ ଛାଡି ସାରିଥିଲେ । ସୁରେନ୍ଦ୍ରଙ୍କ ମାଙ୍କ କହିବା କଥା ସୁରେନ୍ଦ୍ରଙ୍କ ଦ୍ୱିତୀୟ ପତ୍ନୀ ଗୀତା ସୁରେନ୍ଦ୍ରଙ୍କ ସହିତ ଗୋଟିଏ ବେଡରେ ଶୋଉ ନଥିଲେ । ସେମାନେ ଅଲଗା ଅଲଗା ବେଡରେ ଶୋଉଥିଲେ ।
ତେବେ ଏନେଇ ସୁରେନ୍ଦ୍ର ତାଙ୍କ ମାଙ୍କୁ କହିଥିଲେ ଯେ ବିବାହର ୨୨ ମାସ ହେଲାଣି ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ନାହିଁ । ଗୀତା ଶପଥ ନେଇଛନ୍ତି ଯେ ସେ କେବେ ହେଲେ ତାଙ୍କ ସ୍ୱାମୀଙ୍କ ସହିତ ସମ୍ପର୍କ ରଖିବେ ନାହିଁ । ତେବେ ଏହି ସମସ୍ୟାକୁ ନେଇ ସୁରେନ୍ଦ୍ର ଦୀର୍ଘଦିନ ହେଲା ମାନସିକ ଚିନ୍ତାରେ ଥିଲେ । ତେବେ ଗତ ଜୁଲାଇ ୨୭ ତାରିଖରେ ଘରେ କେହି ନଥିବା ବେଳେ ସୁରେନ୍ଦ୍ର ଆତ୍ମହତ୍ୟା କରିଛନ୍ତି ।