ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ସାରା ଦେଶ କରୋନା ମହାମାରୀ କଟକଣା ଭିତରେ ନିଜର ୭୪ତମ ସ୍ୱାଧୀନତା ଦିବସ ପାଳନ କରିଛି । ତେବେ ଏହି ଅବସରରେ ରାଜ୍ୟସ୍ତରୀୟ ପତକା ଉତ୍ତୋଳନ ସମାହରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ପତକା ଉତ୍ତୋଳନ କରିଛନ୍ତି । ରାଜଧାନୀ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ପତାକା ଉତ୍ତୋଳନ କରିବା ସହ ରାଜ୍ୟବାସୀଙ୍କୁ ସମ୍ବୋଧିତ ମଧ୍ୟ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ସ୍ୱାଧୀନତା ଦିବସର ଶୁଭେଚ୍ଛା ଓ ଶୁଭକାମନା ଜଣାଇବା ସହ ଓଡିଶାର ବୀରପୁତ୍ରଙ୍କୁ ମନେ ପକାଇ ନିଜର ସମ୍ମାନ ଜଣାଇଥିଲେ । ଏହାସହ ରାଜ୍ୟର କରୋନା ସ୍ଥିତି ଉପରେ ମଧ୍ୟ ଆଲୋକପାତ କରିଥିଲେ ।
ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ କହିଥିଲେ, ଦେଶ ଓ ରାଜ୍ୟରେ କରୋନା ଭଳି ମହାମରୀର ସଙ୍କଟ ଚାଲିଥିବା ବେଳେ କରୋନା ଯୋଦ୍ଧାମାନେ ଯେପରି ସାହାସର ସହ କାମ କରୁଛନ୍ତି ତାହା ନିଶ୍ଚୟ ପ୍ରସଂଶନୀୟ ଅଟେ । ଏହା ସହ ଏହି ମହାମାରୀର ମୁକାବିଲା ସାହାସର ସହ କରିବାକୁ ମଧ୍ୟ ଆହ୍ୱାନ ଦେଇଛନ୍ତି । ଏହା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ରାଜ୍ୟରେ କରୋନାର ମୁକାବିଲା ପାଇଁ ବିଭିନ୍ନ ଜିଲ୍ଲାରେ କୋଭିଡ ହସ୍ପିଟାଲ କରାଯାଇଛି । ଏହା ସହ ରାଜ୍ୟରେ ପ୍ଲାଜମା ଥେରାପି ଚିକିତ୍ସା ପାଇଁ ପ୍ଲାଜମା ହସ୍ପଟାଲ ମଧ୍ୟ ଖୋଲାଯାଇଛି । ତେବେ ଅର୍ଥ ଅଭାବରୁ କେହି କରୋନା ଚିକିତ୍ସାରୁ ବଞ୍ଚିତ ହେବନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ସେ ଆହୁରୀ ମଧ୍ୟ କହିଛନ୍ତି,ଏବେ ସାରା ବିଶ୍ୱ ପାଇଁ କରୋନା ମହାମରୀ ସଂଙ୍କଟ ଆଣିଛି । ଏହି ମହାମାରୀ ସମୟରେ କରୋନା ଯୋଦ୍ଧାଙ୍କ ସେବାର ତୁଳନା ନାହିଁ । କରୋନା ଯୋଦ୍ଧାଙ୍କ ପାଇଁ ଦେଶରେ ମୁତ୍ୟୃ ସଂଖ୍ୟା କମ ରହିଛି । ତେବେ ମହାମାରୀ ପାଇଁ ଦେଶର ଶିକ୍ଷା, ସ୍ୱାସ୍ଥ୍ୟ, ଅର୍ଥନୀତି, ପରିବହନ ଓ ପର୍ଯ୍ୟଟନ ପ୍ରଭାବିତ ହୋଇଛି । ଯାହା ଫଳରେ କୋଟି କୋଟି ଲୋକ ନିଜର ଜୀବିକା ହରାଇଛନ୍ତି । ଅନ୍ୟପଟେ କରୋନାରକୁ ନିୟନ୍ତ୍ରଣ କରିବାକୁ ହେଲେ ଭାକ୍ସିନର ଆବଶ୍ୟକତା ରହିଛି ।
ତେବେ ଦେଶକୁ ଖୁବଶୀଘ୍ର କରୋନା ଭାକ୍ସିନ ଆସିବା ସହ ଦେଶ କରୋନା ମୁକ୍ତ ହେବା ସହ ସ୍କୁଲମାନଙ୍କରେ ପୁଣି ଥରେ ଘଣ୍ଟା ବାଜି ଉଠିବ ଏବଂ ମାନବ ଜାତିର ଜୟଯାତ୍ରା ଆହୁରି ଆଗକୁ ବଢିବ ବୋଲି ମୁଖ୍ୟମନ୍ତ୍ରୀ ନିଜର ଅଭିଭାଷଣରେ କହିଛନ୍ତି । ଏହା ସହ ମୁଖ୍ୟମନ୍ତ୍ରୀ କହିଛନ୍ତି, କୃଷି, ନିର୍ମାଣ ଓ କର୍ମ ସଂସ୍ଥାନ ସୃଷ୍ଟି ପାଇଁ ରାଜ୍ୟ ସରକାର କାର୍ଯ୍ୟ କରୁଛନ୍ତି ।
କରୋନା ଯୋଦ୍ଧାଙ୍କ ପାଇଁ ଦେଶ ମୃତ୍ୟୁସଂଖ୍ୟା କମ ରହିଛି: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
Tags #AtrNews #Odisha